ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍‌ ଅଫିସର ସଞ୍ଜୀବ ପଣ୍ଡା

0

ଭୁବନେଶ୍ୱର: ଟୁଇନ୍  ସିଟିକୁ ମିଳିଲା ନୂଆ ପୋଲିସ କମିଶନର ।  ପୋଲିସ କମିଶନର ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌ ଅଫିସର ସଞ୍ଜୀବ ପଣ୍ଡା। ୧୯୯୪ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର ପୂର୍ବରୁ କ୍ରାଇମବ୍ରାଞ୍ଚ ଏଡିଜି ଥିଲେ।

ଆଜି କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟରେ ପହଞ୍ଚି ସେ ପୂର୍ବତନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ସମୟରେ ତାଙ୍କୁ କଟକ-ଭୁବନେଶ୍ୱରର ପୋଲିସ ଅଧିକାରୀମାନେ ସାକ୍ଷାତ କରିଛନ୍ତି।

Leave A Reply

Your email address will not be published.