ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ଆଇପିଏସ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ

0

କଟକ (ଆମ ଟିଭି): କଟକ ଅଗ୍ନିଶମ ବିଭାଗର ୫୪ତମ ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଭାର ଗ୍ରହଣ କରୁଛନ୍ତି ଓଡ଼ିଆ ଆଇପିଏସ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ।୧୯୯୦ ମସିହା ବ୍ୟାଚର ଏହି ଆଇପିଏସ ଅଧିକାରୀଙ୍କୁ କିଛି ଦିନ ତଳେ ଡିଜି ପଦକୁ ପଦୋନତି ଦେଇ ଥିଲେ ରାଜ୍ୟ ସରକାର ଏବଂ ଗତ ସପ୍ତାହରେ ତାଙ୍କୁ ଅଗ୍ନିଶମ ନିର୍ଦେଶକ ଭାବେ ନୂଆ ନିଯୁକ୍ତି ଦେଇଥିଲେ ।

ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ପୂର୍ଵର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ପୋଲିସ କମିଶନର ଭାବେ ଦକ୍ଷତାର ସହ କାର୍ୟ୍ୟ କରିସାରିଛନ୍ତି। ଆଜି ସକାଳ ପ୍ରାୟ ୮ ଟା ବେଳେ କଟକ ସ୍ଥିତ ଅଗ୍ନିଶମ ବିଭାଗର ମୁଖ୍ୟ କାର୍ୟ୍ୟାଳୟକୁ ଆସି କାର୍ୟ୍ୟକାରୀ ନିର୍ଦେଶକ ବିନୟତୋଷ ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ।

Leave A Reply

Your email address will not be published.