ଆୟର୍ଲାଣ୍ଡର ମହିଳା କ୍ରିକେଟ୍ ଟିମ୍ ଆସିବେ ପାକିସ୍ତାନ, ଇମ୍ରାନଙ୍କୁ ଗୁଳି ପରେ ବି ରଦ୍ଦ ହେଲାନି ଖେଳ
ଲାହୋର : ନିକଟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହା ସତ୍ତ୍ୱେ ଆୟର୍ଲାଣ୍ଡର ମହିଳା କ୍ରିକେଟ୍ ଟିମ୍ ତିନି ୱାନ୍ଡେ ଅନ୍ତର୍ଜାତୀୟ ତଥା ଟି -୨୦ ମ୍ୟାଚ୍ ପାଇଁ ପାକିସ୍ତାନ ଗସ୍ତ କରିବ। ଶୁକ୍ରବାର ଦିନ ଲାହୋରଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା ୱାଜିରାବାଦରେ ଏହି ଘଟଣା ଘଟିବା ପରେ ବି ୱାନ୍ଡେ ସିରିଜ୍ ଏବଂ ଟି-୨୦ ସିରିଜ୍ ସେହି ସ୍ଥାନରେ ହେବ। କାର୍ଯ୍ୟସୂଚୀ ଅନୁଯାୟୀ, ଏହି ସିରିଜ୍ ତୃତୀୟ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପରେ ନଭେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ।
ଜଣେ ଆକ୍ରମଣକାରୀ ଇମ୍ରାନ ଖାନଙ୍କ ଉପରେ ଗୁଳି ଚଳାଇଥିଲା, ଯାହା ତାଙ୍କ ଗୋଡରେ ଯାଇ ବାଜିଥିଲା। ଆକ୍ରମଣକାରୀକୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ଏହି ଆକ୍ରମଣ ସେତେବେଳେ ହୋଇଥିଲା, ଯେବେ ୧୯୯୨ ରେ ପାକିସ୍ତାନକୁ ନିଜର ପ୍ରଥମ ବିଶ୍ୱକପ ଟାଇଟଲ ପାଇଁ ନେତୃତ କରୁଥିବା ଇମରାନ ଖାନ ୱାଜିରାବାଦରେ ରାଜନୈତିକ ଦଳ, ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ଏକ ରାଲିରେ ନେତୃତ୍ୱ ନେଉଥିଲେ। ସରକାରଙ୍କୁ ଶୀଘ୍ର ନିର୍ବାଚନ କରିବାକୁ ବାଧ୍ୟ କରିବା ଉଦ୍ଦେଶ୍ୟରେ ରାଜଧାନୀ ଇସଲାମାବାଦ ଆଡକୁ ଯାଉଥିଲେ। ତେବେ ଇମରାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେ ସୁରକ୍ଷିତ ଥିବା କୁହାଯାଇଛି। ଏଥିସହ ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।
କ୍ରିକେଟ୍ ଆୟର୍ଲାଣ୍ଡ କହିଛି, ସେମାନଙ୍କୁ ଦିଆଯାଇଥିବା ବର୍ତ୍ତମାନର ପରାମର୍ଶ ଅନୁଯାୟୀ, ସେ ସ୍ଥିତିର ଆକଳନ କରିବା ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ସୁରକ୍ଷା ପରାମର୍ଶଦାତାଙ୍କ ସହ ଯୋଗାଯୋଗ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି, କ୍ରିକେଟ୍ ଆୟର୍ଲାଣ୍ଡକୁ ବର୍ତ୍ତମାନର ପରାମର୍ଶ ଦିଆଯାଇଛି ଯେ ଏହି ଘଟଣାରର ପରିଣାମସ୍ୱରୂପ ହ୍ୱାଇଟ-ବଲ୍ ସିରିଜରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।