ଜେଲରେ ଠିକ୍ ଅଛନ୍ତି ତ ଇମ୍ରାନ୍ ଖାନ୍? ପାକିସ୍ତାନରେ ମିଛ ଗୁଜବ

0

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପାକିସ୍ତାନରେ ଅନେକ ଗୁଜବ ପ୍ରସାରିତ ହେଉଛି। ଗୁଜବ ହେଉଛି ଯେ, ସେ ଜେଲରେ ସୁସ୍ଥ ଅନୁଭବ କରୁନାହାଁନ୍ତି । ଆଉ ଅନ୍ୟପଟେ ଇମ୍ରାନ ଖାନଙ୍କ ତିନି ଭଉଣୀଙ୍କୁ ଗତ ୨୧ ଦିନ ଧରି ଆଡିଆଲା ଜେଲରେ ତାଙ୍କ ଭାଇଙ୍କୁ ସାକ୍ଷାତ କରିବାକୁ ମନା କରାଯାଉଛି । ଯେଉଁଥିପାଇଁ ଇମ୍ରାନ ଖାନଙ୍କ ଭଉଣୀମାନେ ପାକିସ୍ତାନର ପଞ୍ଜାବ ପ୍ରଦେଶର ଆଇଜିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

କୋର୍ଟର ଅନୁମତି ସତ୍ତ୍ୱେ, ଇମ୍ରାନ ଖାନଙ୍କ ତିନି ଭଉଣୀ ଏବଂ ଓକିଲଙ୍କୁ ରାୱଲପିଣ୍ଡିର ଆଡିଆଲା ଜେଲରେ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଉନାହିଁ। ତାଙ୍କ ଭଉଣୀମାନେ ତାଙ୍କୁ ଶେଷ ଥର ପାଇଁ ଭେଟିବାର ତିନି ସପ୍ତାହ ବିତିଗଲାଣି। ଭଉଣୀମାନେ ଅଭିଯୋଗ କରିଛନ୍ତି ଯେ ଇମ୍ରାନ ଖାନଙ୍କ ଅବସ୍ଥା କିମ୍ବା ସ୍ୱାସ୍ଥ୍ୟାବସ୍ଥା ବିଷୟରେ କୌଣସି ସରକାରୀ ସୂଚନା ନାହିଁ। ଇମ୍ରାନଙ୍କ ଭଉଣୀ ନୌରିନ ଆଦିଆଲା ଏ ସମ୍ପର୍କରେ ପଞ୍ଜାବ ଆଇଜିଙ୍କୁ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.