ଗଙ୍ଗାଜଳ ରଖିବାରେ ଭୁଲ କରୁଛନ୍ତି କି? ଜାଣନ୍ତୁ ସଠିକ ଦିଗ ଓ ସ୍ଥାନ

0

ସନାତନ ଧର୍ମରେ ଗଙ୍ଗା ନଦୀ କୁ ଜୀବନ୍ତ ଦେବୀ ଭାବରେ ପୂଜା କରାଯାଏ। ଗଙ୍ଗାଜଳକୁ ଅତ୍ୟନ୍ତ ପବିତ୍ର ମନାଯାଇଥାଏ ଏବଂ ଘରେ ରଖିବା ଦ୍ୱାରା ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୁଏ ବୋଲି ଧାରଣା ରହିଛି। ବିଶେଷକରି ପୂଜା, ଯଜ୍ଞ, ଗୃହପ୍ରବେଶ, ବିବାହ ଓ ଅନ୍ୟାନ୍ୟ ସଂସ୍କାରରେ ଗଙ୍ଗାଜଳର ବ୍ୟବହାର ଅନିବାର୍ଯ୍ୟ ମନାଯାଏ।କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଗଙ୍ଗାଜଳ ରଖିବା ଓ ବ୍ୟବହାର କରିବାର କିଛି ବିଶେଷ ନିୟମ ଅଛି, ଯାହା ପାଳନ କରିବା ଆବଶ୍ୟକ।

ଗଙ୍ଗାଜଳ ରଖିବାର ଠିକ୍ ସ୍ଥାନ
୧- ଠାକୁର ଘର (ପୂଜା ଘର)
ଗଙ୍ଗାଜଳ ରଖିବା ପାଇଁ ସବୁଠାରୁ ଶୁଭ ସ୍ଥାନ ହେଉଛି ଠାକୁର ଘର। ପୂଜା ସ୍ଥଳ ପବିତ୍ର ଓ ସକାରାତ୍ମକ ଶକ୍ତିର କେନ୍ଦ୍ର ବୋଲି ଧରାଯାଏ।
୨- ପୂର୍ବ କିମ୍ବା ଉତ୍ତର ଦିଗ
ବାସ୍ତୁ ଅନୁଯାୟୀ, ଗଙ୍ଗାଜଳକୁ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବା ଶୁଭ ମନାଯାଏ। ଏହି ଦିଗଗୁଡ଼ିକୁ ଦେବତାଙ୍କ ଦିଗ ବୋଲି ମନାଯାଏ।
୩- ସୂର୍ଯ୍ୟଆଲୋକ ପଡୁଥିବା ସ୍ଥାନ
ଯେଉଁଠାରେ ପ୍ରାକୃତିକ ଆଲୋକ ପହଞ୍ଚୁଛି ଏବଂ ସ୍ଥାନଟି ପରିଷ୍କାର, ସେଠାରେ ଗଙ୍ଗାଜଳ ରଖିବା ଉଚିତ।

କେଉଁଠି ରଖିବା ଉଚିତ୍ ନୁହେଁ
:-ବାଥରୁମ୍ କିମ୍ବା ଶୌଚାଳୟ ପାଖରେ କେବେବି ରଖିବେ ନାହିଁ।
:-ରୋଷେଇ ଘର କିମ୍ବା ଖାଦ୍ୟ ସାମଗ୍ରୀ ପାଖରେ ରଖିବା ଉଚିତ୍ ନୁହେଁ।
:-ଅପବିତ୍ର କିମ୍ବା ଅସଫା ସ୍ଥାନରେ ଗଙ୍ଗାଜଳ ରଖିଲେ ତାହାର ପବିତ୍ରତା ନଷ୍ଟ ହୁଏ ବୋଲି ଧାରଣା ଅଛି।

କେଉଁ ପାତ୍ରରେ ରଖିବେ
:-କାଚ ବୋତଲରେ ରଖିବା ସବୁଠାରୁ ଶୁଭ।
:-ତମ୍ବା, ପିତ୍ତଳ କିମ୍ବା ରୂପାର ଲୋଟାରେ ମଧ୍ୟ ରଖିପାରିବେ।
:-ପ୍ଲାଷ୍ଟିକ ବୋତଲ ବ୍ୟବହାର କରିଲେ ନୂତନ ଓ ଅପ୍ରୟୋଗିତ ହେବା ଆବଶ୍ୟକ।
:-ଗଙ୍ଗାଜଳକୁ କେବେବି ଖୋଲା ପାତ୍ରରେ ରଖିବେ ନାହିଁ,
:-ସବୁବେଳେ ଢାକି ରଖିବା ଉଚିତ।

ବ୍ୟବହାର ସମୟରେ ନିୟମ
:-ସ୍ନାନ ନକରି ଗଙ୍ଗାଜଳ ସ୍ପର୍ଶ କରିବା ଉଚିତ୍ ନୁହେଁ ବୋଲି ମନାଯାଏ।
:-ଗଙ୍ଗାଜଳ ସିଞ୍ଚନ ପରେ ତାହାରେ ଆଙ୍ଗୁଠି ପକାଇବା ଅଶୁଭ।
:-ବ୍ୟବହାର ସମୟରେ ଚପଲ ପିନ୍ଧିବା ଉଚିତ୍ ନୁହେଁ।
:-ଗଙ୍ଗାଜଳକୁ ବାରମ୍ବାର ଅନାବଶ୍ୟକ ଭାବେ ବ୍ୟବହାର କରିବା ଠିକ୍ ନୁହେଁ।

ଗଙ୍ଗାଜଳକୁ ମାତ୍ର ପାଣି ଭାବରେ ନୁହେଁ, ଦେବୀର ରୂପରେ ସମ୍ମାନ କରାଯାଏ। ତେଣୁ ଏହାକୁ ଘରେ ରଖିବା ସମୟରେ ବାସ୍ତୁ ନିୟମ ଓ ପରିଷ୍କାରତାରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ନିୟମ ମାନି ଗଙ୍ଗାଜଳ ରଖିଲେ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୁଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ମିଳେ।

Leave A Reply

Your email address will not be published.