ଆଫଗାନିସ୍ତାନରେ ଲାଗୁ ହେବ ଇସଲାମୀୟ ଆଇନ, ନିର୍ଦ୍ଦେଶ ଦେଲେ ତାଲିବାନର ସର୍ବୋଚ୍ଚ ନେତା

0

କାବୁଲ:  ଦେଶରେ ମାନବାଧିକାର ସ୍ଥିତିକୁ ନେଇ ଚିନ୍ତା ବଢୁଥିବା ବେଳେ ତାଲିବାନ ଏ​‌ବେ ପ୍ରକୃତ ରୂପ ଦେଖାଇବା ଆରମ୍ଭ କରିଛି। ତାଲିବାନର ସର୍ବୋଚ୍ଚ ନେତା ମୌଲୱି ହିବତୁଲ୍ଲା ଅଖୁନ୍ଦଜାଦା ଦେଶରେ ସମ୍ପୂର୍ଣ୍ଣ ରୂପେ ଇସଲାମୀୟ ଆଇନ ଲାଗୁ କରିବାକୁ ବିଚାରପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଲିବାନ ମୁଖପାତ୍ର ଜବିହୁଲ୍ଲା ।

ମୁଜାହିଦ କହିଛନ୍ତି ଯେ, ସର୍ବୋଚ୍ଚ ନେତା ବିଚାରପତିମାନଙ୍କ ଏକ ଦଳକୁ ଭେଟିବା ପରେ ହିବତୁଲ୍ଲା ଅଖୁନ୍ଦଜାଦା ଏହି ନିର୍ଦ୍ଦେଶ ଦେଇଛନ୍ତି। ଜବିହୁଲ୍ଲା ମୁଜାହିଦ ସୂଚନା ଦେଇଛନ୍ତି ଯେ, ଚୋର, ଅପହରଣକାରୀ ଏବଂ ଦେଶଦ୍ରୋହୀଙ୍କ ବିରୋଧରେ ଇସଲାମୀୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୌଲୱି ହିବତୁଲ୍ଲା ଅଖୁନ୍ଦଜାଦାଙ୍କ ଏହି ଆଦେଶ ସାରା ଦେଶରେ କାର୍ଯ୍ୟକାରୀ ହେବ ବୋଲି ତାଲିବାନ ମୁଖପାତ୍ର କହିଛନ୍ତି।

Leave A Reply

Your email address will not be published.