ପୁଣି ସିରିୟା ଉପରେ ଏୟାରଷ୍ଟ୍ରାଇକ୍ କଲା ଇସ୍ରାଏଲ

0

ନୂଆଦିଲ୍ଲୀ(ଆମ ଟିଭି): ଗୋଟେପଟେ ଋଷ-ୟୁକ୍ରେନ ଶହେ ଦିନ ପାର କରିସାରିଥିବା ବେଳେ ଅନ୍ୟପଟେ ସିରିୟା ଓ ଇସ୍ରାଏଲ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ମଙ୍ଗଳବାର ସିରିୟାର ସରକାରୀ ଟେଲିଭିଜନରେ ପ୍ରସାରିତ ହୋଇଥିବା ଖବର ଅନୁସାରେ, ଇସ୍ରାଏଲ ପୁଣି ଥରେ ସିରିଆର ରାଜଧାନୀ ଦମିସ୍କର ଦକ୍ଷିଣରେ ଥିବା ସିରିୟା ସେନାବାହିନୀଙ୍କ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ କ୍ୟାମ୍ପରେ ସିରୀୟାର ବ୍ୟାପକ କ୍ଷତି ଘଟିଛି।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ସିରିୟାର ଇସ୍ରାଏଲ ଅଧିକୃତ ଗୋଲାନ୍ ହାଇଟସ୍ ଉପରେ ଉଡ଼ାଣ ଭରୁଥିବା ବେଳେ ଅନେକ ଇସ୍ରାଏଲ ମିଜାଇଲ ଆସି କ୍ୟାମ୍ପ ଉପରେ ମାଡ଼ ହୋଇଥିଲା। ଏହି ସମୟରେ ସିରିୟାର ବାୟୁସେନା ମଧ୍ୟ ଅନେକ ଇଜ୍ରାଏଲ ମିଜାଇକୁ ଆକ୍ରମଣ କରି ଧ୍ବଂଶ କରିବାରେ ସକ୍ଷମ ହୋଇଥିଲେ। ସେପଟେ କିନ୍ତୁ ସିରିୟା ଉପରେ ଇସ୍ରାଏଲ ଆକ୍ରମଣର କୌଣସି ବି ଟିପ୍ପଣୀ ଇସ୍ରାଏଲ ପକ୍ଷରୁ ମିଳିପାରିନାହିଁ। ସିରିୟାର ସରକାରୀ ଗଣମାଧ୍ୟମର ରିପୋର୍ଟ ମୁତାବକ, ମେ’ ୧୩ ତାରିଖ ଦିନ ଇସ୍ରାଏଲ ମିଜାଇଲ ମୀଧ୍ୟ ସିରିୟା ଉପରେ ଟାର୍ଗେଟ କରିଥିଲା, ଯେଉଁଥିରେ ୫ ଜଣ ସାଧରଣ ନାଗରୀକଙ୍କର ମୃତ୍ୟୁ ହୋଇଛି। ଗତ କିଛି ବର୍ଷ ଭିତରେ ସିରିଆରେ ଇଜ୍ରାଏଲ ଅନେକ ଆକ୍ରମଣ କରିଛି। ଅନ୍ୟପକ୍ଷରେ ଇସ୍ରାଏଲ କହିଛି ଯେ ସେ ଇରାନକୁ ଟାର୍ଗେଟ କରୁନାହିଁ, ବରଂ ସିରିୟାର ମିଲିସିଆକୁ ଟାର୍ଗେଟ କରୁଛି। ଗତ କିଛି ଦିନ ହେବ ସିରିୟା ଓ ଇସ୍ରାଏଲ ମଧ୍ୟରେ ଲାଗିରହିଥିବା ବିବାଦକୁ ନେଇ ଚିନ୍ତାରେ ପଡ଼ି ଯୋଇଛନ୍ତି ପଡ଼ୋଶୀ ଦେଶ।

Leave A Reply

Your email address will not be published.