ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାକୁ ନିଷିଦ୍ଧ କଲା ଇସ୍ରାଏଲ
ନୂଆଦିଲ୍ଲୀ (ଆମ ଟିଭି): ଆତଙ୍କବାଦୀ ସଙ୍ଗଠନ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇସ୍ରାଏଲ। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାକୁ ନିଷିଦ୍ଧ କରିଛି ଇସ୍ରାଏଲ। ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣକୁ ୧୫ବର୍ଷ ପୂରଣ ହେବାକୁ ଯାଉଥିବାବେଳେ ଇସ୍ରାଏଲ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇସ୍ରାଏଲର ଏପରି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନୂଆଦିଲ୍ଲୀସ୍ଥିତ ଦୂତାବାସ ଅଧିକାରୀଙ୍କ ପକ୍ଷରୁ ଘୋଷଣା କରାଯାଇଛି।
ଇସ୍ରାଏଲର ଆଭ୍ୟନ୍ତରୀଣ ଅଞ୍ଚଳ ଓ ସୀମାରେ ଆତଙ୍କବାଦୀ କାର୍ଯ୍ୟ ଚଳାଇଥିବା ସଂଗଠନଗୁଡିକୁ ନିଷିଦ୍ଧ କରିଥାଏ। ଏହା ସହିତ ଜାତିସଂଘ ସୁରକ୍ଷା ପରିଷଦ କିମ୍ବା ଆମେରିକା ଦ୍ବାରା ବିଶ୍ବ ଆତଙ୍କବାଦୀ ଘୋଷିତ ସଂଗଠନଗୁଡିକ ଉପରେ ଇସ୍ରାଏଲ ଏପରି ନିଷେଧାଦେଶ ଜାରି କରିଥାଏ।