ଇସ୍ରାଏଲ-ହମାସ ଯୁଦ୍ଧ: ଗଲାଣି ୮୦୦୦ ଜୀବନ

0

ନୂଆଦିଲ୍ଲୀ (ଆମ ଟିଭି): ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଯୁଦ୍ଧକୁ ୨୦ ଦିନ ବିତିଥିଲେ ବି ଏପର୍ୟ୍ୟନ୍ତ ଉଭୟ ପାର୍ଶ୍ୱରୁ ହୋଇଥିବା ଆକ୍ରମଣରେ ପ୍ରାୟ ଆଠ ହଜାର ଲୋକ ପ୍ରାଣ ହରାଇଛନ୍ତି। ହାମାସ ଆକ୍ରମଣରେ ୧୪୦୦ ରୁ ଅଧିକ ଇସ୍ରାଏଲ୍ ନାଗରିକ ପ୍ରାଣ ହରାଇଥିବାବେଳେ ଇସ୍ରାଏଲ୍ ସେନାର କାଉଣ୍ଟର ଆଟାକରେ ଗାଜା ଷ୍ଟ୍ରିପରେ ୬୫୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ଏହି ସମୟ ମଧ୍ୟରେ, ଗାଜା ଉପରେ ଇସ୍ରାଏଲ ଦ୍ୱାରା ଲଗାଯାଇଥିବା ଯୋଗାଣ ପ୍ରତିବନ୍ଧକ ଯୋଗୁଁ, ସାଧାରଣ ଆବଶ୍ୟକତା ଥିବା ଅନେକ ଜିନିଷର ଅଭାବ ଦେଖାଦେଇଛି । ଇନ୍ଧନର ଅଭାବ ହେତୁ ସାଧାରଣ ଲୋକ ଏଠାରେ ଥିବା ଡାକ୍ତରଖାନାଗୁଡ଼ିକରେ ମଧ୍ୟ ଉପଯୁକ୍ତ ଚିକିତ୍ସା ପାଇପାରୁ ନାହାଁନ୍ତି।

Leave A Reply

Your email address will not be published.