ଗାଜାରେ ଭୟଙ୍କର ବୋମା ମାଡ କରୁଛି ଇସ୍ରାଏଲ
ନୂଆଦିଲ୍ଲୀ (ଆମ ଟିଭି): ଅଷ୍ଟମ ଦିନରେ ପହଞ୍ଚିଲା ଇସ୍ରାଏଲ ଓ ହମାସ ଯୁଦ୍ଧ । ଇସ୍ରାଏଲ ସେନା ଗାଜାରେ ପ୍ରବେଶ କରି ଘନଘନ ଆକ୍ରମଣ ଜାରି ରଖିଛି । ହମାସର ବଡ଼ ବଡ଼ ଠିକଣାକୁ ଖୋଜି ଖୋଜି ଧ୍ୱଂସ କରୁଛି ଇସ୍ରାଏଲ ସେନା । ଗାଜାରେ ଭୟଙ୍କର ଏୟାରଷ୍ଟ୍ରାଇକ୍ ଚାଲିଛି । ଏହାରି ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଆମେ ହମାସକୁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶାଇ ଦେବୁ । ଏହି ଯୁଦ୍ଧରେ ଇସ୍ରାଏଲ ପଛକୁ ହଟିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ।
ଏହା ପୂର୍ବରୁ ନେତାନ୍ୟାହୁ ବାରମ୍ବାର କହିଛନ୍ତି ଯେ ଯୁଦ୍ଧର ଆରମ୍ଭ ହମାସ କରିଛି, କିନ୍ତୁ ଶେଷ ଆମେ କରିବୁ । ଇସ୍ରାଏଲ ସେନା ଟ୍ୟାଙ୍କ ଧରି ଗାଜାରେ ପ୍ରବେଶ କରିଥିବା କୁହାଯାଉଛି ।