ଇରାନ୍ ଉପରେ ଇସ୍ରାଏଲର ବଡ଼ ଧରଣର ଏୟାରଷ୍ଟ୍ରାଇକ୍

0

ଇରାନ୍‌ ଉପରେ ଇସ୍ରାଏଲ୍‌ର ବଡ଼ ଧରଣର ଏୟାରଷ୍ଟ୍ରାଇକ୍ । ଇରାନର ରାଜଧାନୀ ତେହେରାନ ନିକଟବର୍ତ୍ତୀ ଅଞ୍ଚଳରେ ସାମରିକ ଆକ୍ରମଣ ଆରମ୍ଭ କରିଛି ଇସ୍ରାଏଲ୍  । ଏହି ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଏହାର ପ୍ରମୁଖ ବୈଜ୍ଞାନିକମାନଙ୍କୁ ଟାର୍ଗେଟ୍ କରି କରାଯାଇଛି ।

ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ଇଆନ କାଟଜ୍ କହିଛନ୍ତି, ଇରାନରୁ ପ୍ରତିଶୋଧମୂଳକ ମିସାଇଲ  ଓ ଡ୍ରୋନ୍‌ ଆକ୍ରମଣର ଆଶଙ୍କା ରହିଛି । ଏହି ଆକ୍ରମଣ ପରେ ଇସ୍ରାଏଲରେ ଜରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି । ଇରାନ୍‌ର ରାଷ୍ଟ୍ରୀୟ ଗଣମାଧ୍ୟମ ନୂର ନ୍ୟୁଜ ଅନୁଯାୟୀ, ତେହେରାନ୍‌ର ଉତ୍ତର-ପୂର୍ବାଞ୍ଚଳରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି ।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ଅପରେସନ୍‌ ରାଇଜିଂ ଲାୟନ ଇରାନର ପରମାଣୁ ବିପଦକୁ ରୋକିବା ପାଇଁ ଆରମ୍ଭ ହୋଇଛି । ଇରାନର ମୁଖ୍ୟ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରିଛି ଇସ୍ରାଏଲ୍‌ । ଅନ୍ୟପଟେ ଇସ୍ରାଏଲ ଆକ୍ରମଣରେ ଇରାନର ଶକ୍ତିଶାଳୀ ରିଭୋଲ୍ୟୁସନାରି ଗାର୍ଡସ୍‌ ମୁଖ୍ୟ ହୋସେନ ସାଲାମୀ ନିହତ ହୋଇଥିବା ସ୍ଥାନୀୟ ମିଡିଆ ରିପୋର୍ଟ କରିଛି। ମେଜର ଜେନେରାଲ ହୋସେନ ସାଲାମୀ, ଇସଲାମିକ ରିଭୋଲ୍ୟୁସନାରି ଗାର୍ଡ କର୍ପସ୍‌ର ମୁଖ୍ୟ, ଆଇଆରଜିସି ମୁଖ୍ୟାଳୟ ଉପରେ ଆକ୍ରମଣରେ ପ୍ରାଣ ହରାଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ।

Leave A Reply

Your email address will not be published.