ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ: ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଉଦ୍ଧାର ପାଇଁ ଭାରତ ସରକାରଙ୍କ ଉଦ୍ୟମ

0

ନୂଆଦିଲ୍ଲୀ (ଆମ ଟିଭି): ବିଶ୍ୱରେ ଘନଉଛି ଆଉ ଏକ ଯୁଦ୍ଧ । ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏହାରି ଭିତରେ ଇସ୍ରାଏଲରେ ଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଭାରତ ସରକାର । ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ଓ ବୈଦେଶିକ ମନ୍ତ୍ରାଳୟ ତୀକ୍ଷଣ ନଜର ରଖିଛନ୍ତି । ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ଇସ୍ରାଏଲରେ ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଶନିବାର ସକାଳଠୁ ହମାସ ପ୍ରଥମେ ରକେଟ୍ ମାଡ କରିବା ପରେ ପ୍ରତିଆକ୍ରମଣ କରିଛି ଇସ୍ରାଏଲ । ହମାସ ଆକ୍ରମଣରେ ଇସ୍ରାଏଲର ୭୦୦ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୨୦୦୦ ରୁ ଅଧିକ ଆହତ ହୋଇଛନ୍ତି । ଏହା ବ୍ୟତୀତ ୧୦୦ ଜଣ ଲୋକଙ୍କୁ ଅପହରଣ କରାଯାଇଛି । ଅନ୍ୟପକ୍ଷରେ ଇସ୍ରାଏଲ ସେନା ଦ୍ୱାରା ହୋଇଥିବା ଆକ୍ରମଣରେ ପାଲେଷ୍ଟାଇନର ୪୦୦ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

 

Leave A Reply

Your email address will not be published.