ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧ: ଅପରେସନ ଅଜୟ ମାଧ୍ୟମରେ ଉଦ୍ଧାର ହେବେ ଭାରତୀୟ

0

ନୂଆଦିଲ୍ଲୀ(ଆମ ଟିଭି): ଗତ ୬ ଦିନ ହେବ ଇସ୍ରାଏଲ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଘନ ଘନ ରକେଟ ମାଡରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇଗଲେଣି । ଏହାରି ଭିତରେ ଖବର ଆସିଛି ଯେ, ଇସ୍ରାଏଲରୁ ଉଦ୍ଧାର ହେବେ ଭାରତୀୟ ନାଗରିକ । ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଆଣିବା ପାଇଁ ଭାରତ ସରକାର ଅପରେସନ ଅଜୟ ଆରମ୍ଭ କରିଛନ୍ତି । ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଏଥିପାଇଁ ସ୍ୱତନ୍ତ୍ର ଚାଟାର୍ଟ ଫ୍ଲାଇଟ ପଠାଇବା ସହ ଅନ୍ୟ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଚାହୁଁଛନ୍ତି ସେମାନେ ଇସ୍ରାଏଲରୁ ଭାରତ ଫେରିପାରିବେ ।

ବିଦେଶରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଭାରତ ବଦ୍ଧପରିକର ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି । ଇସ୍ରାଏଲର ପ୍ରାୟ ୧୮ହଜାର ଭାରତୀୟ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ହେଉଛନ୍ତି ଛାତ୍ର, ନର୍ସ, ଆଇଟି ପ୍ରଫେସନାଲ । ଏମାନେ ଇସ୍ରାଏଲର ବିଭିନ୍ନ ସ୍ଥାନରେ ରହୁଛନ୍ତି ।

Leave A Reply

Your email address will not be published.