ନୂଆଦିଲ୍ଲୀ (ଆମ ଟିଭି): ଇସ୍ରାଏଲ ଇରାନ ଉପରେ ପ୍ରତିଆକ୍ରମଣ କରିଛି । ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ । ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ମଧ୍ୟ ମିଶାଇଲ ମାଡ ହୋଇଛି ।
ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ଇରାନର ଇସାଫହାନ ସହରର ବିମାନବନ୍ଦର ଉପରେ ମିଶାଇଲ ମାଡର ପ୍ରଭାବ ଏତେ ବଡ ଥିଲା ଯେ ଏହାର ଆଖପାଖ ଅଂଚଳ ମଧ୍ୟ ଥରିଉଠିଥିଲା । ଏହି ଅଞ୍ଚଳରେ ଏକାଧିକ ନ୍ୟୁକ୍ଲିଅର ପ୍ଲାଣ୍ଟ ରହିଛି । ତେଣୁ ଏହି ସହରକୁ ଟାର୍ଗେଟ କରିଛି ଇରାନ୍ ।