ଦୁବାଇ ଉପରେ ଇସ୍ରାଏଲର ଆକ୍ରମଣ, ୩ ମୃତ ଓ ୬୮ ଆହତ

0

ନୂଆଦିଲ୍ଲୀ (ଆମ ଟିଭି): ଦୁବାଇରେ ଆତଙ୍କ, ଆକାଶରୁ ବର୍ଷୁଛି ନିଆଁ । ଦୁବାଇ ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛି ଇରାନ ।  ୩ ଦିନ ହେଲା ଥରୁଛି ଦୁବାଇ । ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ଏବେ ଭୟଙ୍କର ରୂପ ନେଇଛି ।  ଆଜି ଲଗାତାର ୪ର୍ଥ ଦିନ ପାଇଁ ଇରାନ ପକ୍ଷରୁ ସଂଯୁକ୍ତ ଆରବ ଏମିରେଟ୍ସ, ବିଶେଷ କରି ଦୁବାଇ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରାଯାଇଛି । ଦୁବାଇର ବୁର୍ଜ ଅଲ୍ ଆରବ ଏବଂ ପାମ୍ ଜୁମେରା ଭଳି ପ୍ରସିଦ୍ଧ ସ୍ଥାନ ନିକଟରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣାଯାଇଛି।  ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ହୋଟେଲର ବେସମେଣ୍ଟ ବା ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି ।

ଆକାଶରେ ମିସାଇଲ୍ ନଷ୍ଟ ହେବା ପରେ ତାର ଭଗ୍ନାଂଶ ପଡ଼ି ଫୁଜୈରାର ଏକ ତୈଳ କେନ୍ଦ୍ରରେ ନିଆଁ ଲାଗିଯାଇଛି । ଆକ୍ରମଣ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୮ଜଣ ଆହତ ହୋଇଛନ୍ତି ।  ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦରରେ ଶତାଧିକ ବିମାନ ବାତିଲ ହୋଇଛି, ଯାହାଫଳରେ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି ।  ଅନେକ ଲୋକ ସଡ଼କ ପଥରେ ଓମାନ କିମ୍ବା ସୌଦି ଆରବକୁ ପଳାଇବାକୁ ଚେଷ୍ଟା କରୁଛନ୍ତି ।

ଆମେରିକା ଏବଂ ଇସ୍ରାଏଲ୍ ପକ୍ଷରୁ ଇରାନ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଇରାନ ଏହି ଆକ୍ରମଣ କରୁଛି ।  ଏଥିଯୋଗୁଁ କେବଳ UAE ନୁହେଁ, ବରଂ କତାର, ବାହାରିନ ଏବଂ କୁଏତ ଭଳି ଦେଶ ମଧ୍ୟ ବିପଦରେ ଅଛନ୍ତି। ମଙ୍ଗଳବାର ଦିନ ୟୁଏଇ ସେନା ୧୨ଟି ବାଲିଷ୍ଟିକ୍ ମିସାଇଲ୍ ଏବଂ ୧୨୩ଟି ଡ୍ରୋନକୁ ଆକାଶରେ ହିଁ ନଷ୍ଟ କରିଦେଇଛି । ଗତ ଫେବୃଆରୀ ୨୮ରୁ ଏପର୍ଯ୍ୟନ୍ତ ମୋଟ ୧୮୬ଟି ମିସାଇଲ୍ ମଧ୍ୟରୁ ୧୭୨ଟିକୁ ଖସାଇ ଦିଆଯାଇଛି ।

 

Leave A Reply

Your email address will not be published.