ସିରିଆ ଉପରେ ଇସ୍ରାଇଲର କ୍ଷେପଣାସ୍ତ୍ର ଆକ୍ରମଣ
ନୂଆଦିଲ୍ଲୀ(ଆମ ଟିଭି): ଭୂକମ୍ପରର ଝଟକା ନ ଯାଉଣୁ ଏବେ ପୁଣି ଆରମ୍ଭ ହେଇଗଲା ଆକ୍ରମଣ । ସିରିୟା ଉପରେ କ୍ଷେପଣାସ୍ତ୍ର ମାଡ କରିଛି ଇସ୍ରାଏଲ। ସିରିୟା ରାଜଧାନୀ ଦମାସ୍କସ୍ର ଜନବସତି ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିଛି। ଏଥିରେ ୧୫ଜଣଙ୍କର ମୃତ୍ୟୁ ହୋଇଛି। ସିରିୟା ମାନବାଧିକାର ଅନୁଧ୍ୟାନକାରୀ ସଂଗଠନ କହିଛି ଯେ ଇସ୍ରାଏଲର କ୍ଷେପଣାସ୍ତ୍ରଟି ସିରିୟା ସାଂସ୍କୃତିକ କେନ୍ଦ୍ର ନିକଟରେ ବିସ୍ଫୋରଣ ହୋଇଛି। ୨୦୧୧ରୁ ସିରିୟା ସହିତ ଯୁଦ୍ଧ ଆରମ୍ଭରୁ ଇସ୍ରାଏଲ ବର୍ତ୍ତମାନ ସୁଦ୍ଧା ଶତାଧିକ କ୍ଷେପଣାସ୍ତ୍ର ମାଡ କଲାଣି। ସିରିୟାର ସାମରିକ ଓ ସୁରକ୍ଷା ପ୍ରତିଷ୍ଠାନଗୁଡିକୁ ଟାର୍ଗେଟ କରି ଇରାନ କ୍ଷେପଣାସ୍ତ୍ର ମାଡ କରିଆସୁଛି। ମାତ୍ର ପ୍ରଥମ କରି ସାଧାରଣ ଜନବସତି ଉପରେ କ୍ଷେପଣାସ୍ତ୍ର ମାଡ କରିଛି। ରବିବାର ହୋଇଥିବା କ୍ଷେପଣାସ୍ତ୍ର ମାଡରେ ଜଣେ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ଜଣ ସାଧାରଣ ଜନତାଙ୍କର ମୃତ୍ୟୁ ହୋଇଛି।
ସିରିୟା ରାଷ୍ଟ୍ରପତି ବାସର ଅଲ ଅସଦ ଇରାନ ଠାରୁ ସହାୟତା ନେଉଛନ୍ତି। ଏହା ସହିତ ହେଜବୋଲ୍ଲା ସଂଗଠନ ଠାରୁ ସାମରିକ ସହାୟତା ମଧ୍ୟ ନେଉଛନ୍ତି। ଇରାନ ଓ ହେଜବୋଲ୍ଲା ସଂଗଠନ ଇରାନର ଶତ୍ରୁ ହୋଇଥିବାରୁ ଏମାନଙ୍କୁ ସିରିୟାରେ ପ୍ରଶ୍ରୟ ଦେବାକୁ ଇସ୍ରାଏଲ ଚାହୁଁ ନାହିଁ। ଇସ୍ରାଏଲ କହିଛି ଯେ ଏହା କେବେହେଲେ ଇରାନକୁ ନିଜ ସୀମାରେ ପ୍ରଭାବ ବିସ୍ତାର କରିବାକୁ ଦେବ ନାହିଁ।
ଇସ୍ରାଏଲର କ୍ଷେପଣାସ୍ତ୍ର ମାଡରେ ସିରିୟାର ଏକ ୧୦ମହଲା କୋଠା ଧ୍ବଂସ ପାଇଛି। ଏହାର ପ୍ରଭାବରେ ଆଖପାଖ ଅନେକ କୋଠାର ଝରକା ନଷ୍ଟ ହୋଇଛି। ମାନବାଧିକାର ସଂଗଠନ କହିଛି ଯେ ଏକମାସ ପୂର୍ବରୁ ଦମାସ୍କସ୍ର ଆନ୍ତର୍ଜାତିକ ବିମାନବନ୍ଦର ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିଥିଲା। ଏଥିରେ ୨ଜଣ ସୈନିକଙ୍କ ସମେତ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ବିମାନବନ୍ଦରରେ ଇରାନ ସମର୍ଥିତ ଗୋଷ୍ଠୀ ଅସ୍ତ୍ରଶସ୍ତ୍ର ମହଜୁଦ କରିଥିବାର ସୂଚନା ପାଇବା ପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିଥିଲା।