ହିଜବୁଲ୍ଲା ଉପରେ ଇସ୍ରାଏଲର ଡ୍ରୋନ ଆଟାକ୍
ନୂଆଦିଲ୍ଲୀ (ଆମ ଟିଭି): ହମାସ୍ – ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏହାରି ଭିତରେ ହମାସ ପରେ ଏବେ ହିଜବୁଲ୍ଲା ବିରୋଧରେ ନିଜର କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି ଇସ୍ରାଏଲ ।
ଇସ୍ରାଏଲ-ହମାସ ଯୁଦ୍ଧ ବିଗତ ୪୦ ଦିନରୁ ଉର୍ଦ୍ଧ ଧରି ଜାରି ରହିଛି । ହମାସ ସହ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ମଝିରେ ମଝିରେ ରକେଟ ଏବଂ ଡ୍ରୋନ ଦ୍ଵାରା ଆକ୍ରମଣ କରୁଛି । ଏଭଳି ପରିସ୍ଥିତିରେ ଇସ୍ରାଏଲ ଏବେ ଦୁଇ ଆଡୁ ଆକ୍ରମଣର ସମ୍ମୁଖୀନ ହେଉଛି । ଏହି ସମୟରେ ଇସ୍ରାଏଲ୍ ଲେବାନନରେ ହିଜବୁଲ୍ଲାର ସେନା ମୁଖ୍ୟାଳୟକୁ ବିସ୍ଫୋରଣ କରି ଉଡେଇ ଦେଇଥିବାର ଦାବି କରିଛି।