ନୂଆଦିଲ୍ଲୀ (ଆମ ଟିଭି): ଭାରତୀୟ ମହାକାଶ ଗବେଷଣା ସଂଗଠନ (ଆଇଏସଆରଓ) ଅଧ୍ୟକ୍ଷ ଏସ ସୋମନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତର ମହାକାଶ କ୍ଷେତ୍ରକୁ ମଜଭୁତ କରିବାରେ ପ୍ରଶଂସା କରିଛନ୍ତି। ଅଗଷ୍ଟ ୨୩ରେ ଜାତୀୟ ମହାକାଶ ଦିବସ ଅବସରରେ ସୋମନାଥ ମହାକାଶ କ୍ଷେତ୍ରର ଅଗ୍ରଗତି ଦିଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା କରାଯାଇଥିବା ନୀତି ସଂସ୍କାରକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଭାବରେ ମୋଦି କେବଳ ମହାକାଶ କ୍ଷେତ୍ରରେ ନୂତନ ନୀତି ପ୍ରସ୍ତୁତ କରିନାହାଁନ୍ତି ବରଂ ଏହାକୁ କାର୍ଯ୍ୟକାରୀ କରିଛନ୍ତି।
ଇସ୍ରୋ ମୁଖ୍ୟ କହିଛନ୍ତି, ମହାକାଶ କ୍ଷେତ୍ରରେ ସଂସ୍କାର ପରେ ଆମେ ଏକ ସ୍ପେସ ପଲିସି ଉପରେ କାର୍ଯ୍ୟ କରୁଛୁ। ଏହି ନୂତନ ନୀତି ସ୍ପେସ ବିଭାଗ, ଆଇଏସଆରଓ ଏବଂ ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ (ଏନ୍ଏସ୍ଆଇଏଲ୍)ର ଭୂମିକା ଏବଂ ଦାୟିତ୍ୱକୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରିଛି। ଏହା ସ୍ପେସ କାର୍ଯ୍ୟକଳାପରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ବୃଦ୍ଧି କରିବ। ଏକ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଚି ବିନିଯୋଗ ନୀତି ମଧ୍ୟ ଘୋଷଣା କରାଯାଇଛି, ଯେଉଁଥିରେ ବେସରକାରୀ ପୁଞ୍ଜି ବିନିଯୋଗ କିମ୍ବା ସ୍ପେସ ସେକ୍ଟରରେ ବିଦେଶୀ ପୁଞ୍ଜି ବିନିଯୋଗକୁ କେତେକ ନିୟନ୍ତ୍ରଣ ଏବଂ ନିୟମ ସହିତ ଅନୁମତି ଦିଆଯାଇଛି, ଯାହା ପୂର୍ବରୁ ସମ୍ଭବ ନୁହେଁ।