ଇସ୍ରୋ ରଚିଲା ନୂଆ ଇତିହାସ: ଏକାସଙ୍ଗରେ ଲଞ୍ଚ କଲା ୯ଟି ସାଟେଲାଇଟ୍

0

ନୂଆଦିଲ୍ଲୀ (ଆମ ଟିଭି): ଆଜି ମହାକାଶରେ ଆଉ ଏକ ଇତିହାସ ରଚିଲା ଇସରୋ । ଇସ୍ରୋ ବା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଶନିବାର ଦିନ ଏକ ବଡ ସଫଳତା ହାସଲ କରିଛି । ଇସ୍ରୋ ତରଫରୁ ଆଜି ଦିନ ୧୨ ଟାରେ ଏକାସାଥିରେ ୯ ଟି ସାଟେଲାଇଟ୍ ଲଂଚ୍ କରାଯାଇଛି । ଇସ୍ରୋ ତରଫରୁ ତାମିଲନାଡୁର ଶ୍ରୀହରିକୋଟାର ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଆଶନସେଟ-୩ ଓ ଭୂଟାନର ଏକ ଉପଗ୍ରହ ସମେତ ମୋଟ ୯ ଟି ଛୋଟ ସାଟେଲାଇଟକୁ ପିଏସଏଲଭି –ସି୫୪/ଇଓଏସ-୦୬ ମିଶନ କ୍ରମରେ ଲଂଚ କରିଛି । ଏନେଇ ଇସ୍ରୋମୁଖ୍ୟ ସୂଚନା ଦେଇଛନ୍ତି । ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଇ କହିଛନ୍ତି ପିଏସଏଲଭି-ସି୫୪ ପୃଥୀ ଅବଲୋକନ ଉପଗ୍ରହ ସମେତ ମୋଟ ୮ ଟି ଉପଗ୍ରହକୁ ସଫଳତାର ସହଲଂଚ୍ କରାଯାଇଛି।

ସୂଚନା ଥାଉକି ଏହା ପୂର୍ବରୁ ଇସ୍ରୋ ନିଜ ଦ୍ୱାରା ବିକଶିତ କରିଥିବା ପ୍ରଥମ ଭାରତୀୟ ରକେଟକୁ ମହାକାଶରେ ସ୍ଥାପିତ କରିଥିଲା । ନଭେମ୍ବର ୧୮ ତାରିଖରେ ଇସ୍ରୋ ତରଫରୁ ନିଜ ଦ୍ୱାରା ପ୍ରସ୍ତୁତ ରକେଟ ‘ବିକ୍ରମ-ଏସ’ ତିନୋଟି ଉପଗ୍ରହକୁ ନେଇ ଶୁକ୍ରବାର ଅନ୍ତରୀକ୍ଷ ଅଭିମୂଖେ ଯାତ୍ରା କରିଥିଲା ।

Leave A Reply

Your email address will not be published.