ନଟି ବଏ’ ଲଞ୍ଚ କରିବ ଇସ୍ରୋ

0

ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ-୧ ପରେ ଆଉ ଏକ ମିଶନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ। ଆସନ୍ତାକାଲି ଇସ୍ରୋ ପାଣିପାଗ ଉପଗ୍ରହ (weather satellite) INSAT-3DS ଉତକ୍ଷେପଣ କରିବ। ଏହି ସାଟେଲାଇଟକୁ ସ୍ପେଶ୍ ଏଜେନ୍ସିର ‘ନଟି ବଏ'(Naughty Boy) ବୋଲି କୁହାଯାଏ। ଇସ୍ରୋର ଜଣେ ପୂର୍ବତନ ଅଧ୍ୟକ୍ଷ ସାଟେଲାଇଟକୁ ନଟି ବଏ ବୋଲି କହିଥିଲେ।

ବାସ୍ତବରେ, ଏହି ରକେଟ୍ ଏପର୍ଯ୍ୟନ୍ତ ୧୫ଟି ଲଞ୍ଚରେ ଭାଗ ନେଇଛି, କିନ୍ତୁ ୬ ଥର ସଠିକ୍ ଫଳାଫଳ ଦେଇନାହିଁ। ଅର୍ଥାତ୍ ଏହାର ବିଫଳତା ହାର ୪୦ ପ୍ରତିଶତ। ଶେଷ ଥର ପାଇଁ GSLV ୨୯ ମଇ ୨୦୨୩ରେ ଉତକ୍ଷେପଣ ହୋଇଥିଲା, ଯାହା ସଫଳ ହୋଇଥିଲା। କିନ୍ତୁ ପୂର୍ବ ଲଞ୍ଚ ଅଗଷ୍ଟ ୧୨, ୨୦୨୧ରେ ବିଫଳ ହୋଇଥିଲା। ଆସନ୍ତାକାଲି ଇସ୍ରୋ ଏହାର ଏକ ନୂଆ ଭର୍ସନ ଲଞ୍ଚ କରିବ।

ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (GSLV) ମାଧ୍ୟମରେ INSAT-3DS ମହାକାଶକୁ ଉତକ୍ଷେପଣ ହେବ। ଆସନ୍ତାକାଲି ସନ୍ଧ୍ୟା ୫.୩୫ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଶତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଉତକ୍ଷେପଣ ହେବ ‘ନଟି ବଏ’।

Leave A Reply

Your email address will not be published.