ମହାକାଶକୁ ପଠାଇବ ୮ ନାଟୋ ସାଟେଲାଇଟ୍‌ ଇସ୍ରୋ

0

ନୂଆଦିଲ୍ଲୀ: ଆଜି ପୁଣି ଇତିହାସ ରଚିବ ଇସ୍ରୋ। ହାଇଦ୍ରାବାଦର ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ ସ୍ପେସ ସେଣ୍ଟରରୁ ୧୧ଟି ସାଟେଲାଇଟ୍‌ର ଉତକ୍ଷେପଣ ହେବ। ଏହା ମଧ୍ୟରେ Oceansat-୩ ଓ ୮ ଟି ନାନୋ ସାଟୋଲାଇଟ୍ ରହିଛି। ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍ ମଧ୍ୟ ସାମିଲ୍ ଅଛି। ପିଏସଏଲବି ସି ୫୪ ରକେଟ୍ ସାହାଯ୍ୟରେ ସାଟେଲାଇଟ୍ ଗୁଡିକୁ ମହାକାଶକୁ ପଠାଯିବ। ଅପରାହ୍ନ ୧୧ ଟା ୫୬ ମିନିଟ୍ ସମୟରେ ଏହାର ଲଞ୍ଚ କରାଯିବ।

ଏହି ସମ୍ପୂର୍ଣ୍ଣ ମିଶନ ପ୍ରାୟ ୨ ଘଣ୍ଟା ୨୦ ମିନିଟ୍ ଯାଏଁ ଚାଲିବ। ଏହି ସମୟରେ ପ୍ରାଇମେରୀ ସାଟେଲାଇଟ୍ ଓ ନାନୋ ସାଟେଲାଇଟ୍‌କୁ ଦୁଇଟି ଭିନ୍ନ ଭିନ୍ନ ସେଲର୍ ସନ୍‌କ୍ରୋନସ୍ ପୋଲର ଅର୍ବିଟସ୍‌ରେ ଲଞ୍ଚ କରାଯିବ। ଗତକାଲି ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଚେୟାରମେନ୍ ଏସ ସୋମନାଥ ନେଲୋରରେ ପୂଜାର୍ଚନା କରିଥିଲେ।

ସମୁଦ୍ର ଉପରେ ନଜର ରଖିବ ଏହି ସାଟେଲାଇଟ୍। ବାୟୁମଣ୍ଡଳ ଓ ସମୁଦ୍ର ବିଜ୍ଞାନର ଅଧ୍ୟୟନରେ ଏହି ସାଟେଲାଇଟ୍ ସାହାଯ୍ୟ କରିବ। ଏହି ଉପଗ୍ରହ ସାମୁଦ୍ରିକ ପାଣିପାଗର ପୂର୍ବାନୁମାନ କରିବାରେ ସକ୍ଷମ। ଏହା ଆମକୁ ସାମୁଦ୍ରିକ ଝଡ଼ର ମୁକାବିଲା କରିବାରେ ସାହାଯ୍ୟ କରିବ। ଯେକୌଣସି ଘୂର୍ଣ୍ଣିବଳୟର ଆଗମନ ପୂର୍ବରୁ ଏହି ଉପଗ୍ରହଗୁଡ଼ିକରୁ ସୂଚନା ପାଇ ହେବ।

Leave A Reply

Your email address will not be published.