ବଲିଉଡ ଅଭିନେତା ରଣବୀର କପୁରଙ୍କ ନାଁ ରେ ଏତଲା

0

ନୂଆଦିଲ୍ଲୀ: ପୁଣି ବିବାଦରେ ବଲିଉଡ ଅଭିନେତା ରଣବୀର କପୁର। ବଲିଉଡ଼ ଅଭିନେତା ରଣବୀର କପୁର ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ଆନିମଲ୍‌’ର ସଫଳତା ପାଇଁ ଉତ୍ସବ ପାଳନ କରୁଛନ୍ତି। ଏହି କ୍ରମରେ ସେ ନିକଟରେ ପରିବାର ସହ ଖ୍ରୀଷ୍ଟମାସ ପାଳନ କରୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ ସେ ତାଙ୍କ ଝିଅ ରାହାକୁ ମଧ୍ୟ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆଣିଛନ୍ତି। ତେବେ ରଣବୀରଙ୍କ ଖ୍ରୀଷ୍ଟମାସ ପାଳନ ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହେଉଛି, ଯାହାକୁ ନେଇ ଅଡ଼ୁଆରେ ଫସିଛନ୍ତି ଅଭିନେତା। ଏହି ଭିଡିଓକୁ ନେଇ ରଣବୀରଙ୍କ ବିରୋଧରେ ଏବେ ଥାନାରେ ଏତଲା ଦାୟର ହୋଇଛି।

ଭାଇରାଲ୍‌ ଭିଡିଓରେ ରଣବୀର କେକ୍‌ ଉପରେ ମଦ ଢାଳି ସେଥିରେ ନିଆଁ ଲଗାଉଛନ୍ତି ଏବଂ ସେହି ସମୟରେ ବଡ଼ ପାଟିରେ ଜୟ ମାତା ଦୀ କହୁଛନ୍ତି। ଅଭିନେତାଙ୍କ ଏଭଳି କାର୍ଯ୍ୟକଳାପ ଲୋକଙ୍କୁ ଆଦୌ ପସନ୍ଦ ଆସିନାହିଁ। ଏହାକୁ ନେଇ ରଣବୀରଙ୍କ ବିରୋଧରେ ଧାର୍ମିକ ଭାବନାକୁ କୁଠାରଘାତ କରିଥିବା ଅଭିଯୋଗ ହୋଇଛି। ଏଥିସହ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଖୁବ୍‌ ସମାଲୋଚନା ମଧ୍ୟ କରାଯାଉଛି।

Leave A Reply

Your email address will not be published.