ମାଟିର ମାନ ନଷ୍ଟ କରୁଛି ସାର,, ରାଷ୍ଟ୍ରପତି

0

ଭୁବନେଶ୍ୱର: ଆଜିକାଲି ଅତ୍ୟଧିକ ଶସ୍ୟ ଅମଳ ଆଶାରେ ଲୋକେ ନିଜ ଫସଲରେ ବହୁ ମାତ୍ରାରେ ସାର ପ୍ରୟୋଗ କରୁଛନ୍ତି। ଏହାଦ୍ୱାରା ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ଫସଲ ଅମଳ ହେଉଛି ସତ ମାତ୍ର ଏହାର କୁପ୍ରଭାବ ମଣିଷ ସମାଜ ଉପରେ ପଡ଼ୁଛି। ଏପରି ଖାଦ୍ୟ ଶସ୍ୟ ଖାଇବା ଦ୍ୱାରା ଅଳ୍ପ ବୟସରେ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି। ଅକାଳରେ ବହୁ ଜୀବନ ବି ଚାଲି ଯାଉଛି। ତେଣୁ ଅଧିକ ଶସ୍ୟ ଆଶାରେ ସାରର ଅତ୍ୟଧିକ ପ୍ରୟୋଗକୁ ନାପସନ୍ଦ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଆଜି କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ( NRRI)ର ଦ୍ୱିତୀୟ ଇଣ୍ଡିଆନ୍ ରାଇସ୍ କଂଗ୍ରେସରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଏହି ଅବସରରେ ଇକୋ ଫ୍ରେଣ୍ଡଲି ଚାଷ ପାଇଁ ସେ ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଇଛନ୍ତି। ଅତ୍ୟଧିକ ସାର ବ୍ୟବହାର ମାଟିର ମାନ ନଷ୍ଟ କରୁଛି । ତେଣୁ ବୈଜ୍ଞାନିକମାନେ ଇକୋ ଫ୍ରେଣ୍ଡଲି ପ୍ରଣାଳୀରେ ଚାଷ କଲେ ଉନ୍ନତମାନର ଶସ୍ୟ ଉତ୍ପାଦନ ସହ ଏହା ମଣିଷ ସମାଜ ପ୍ରତି ହାନିକାରକ ହେବନି ବୋଲି ସେ କହିଛନ୍ତି ।

ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ଚାଉଳ ହେଉଛି ଜୀବନର ଶସ୍ୟ । ଚାଉଳ ଉତ୍ପାଦନ ଯେ କେବଳ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି ତାହା ନୁହେଁ ବିଭିନ୍ନ ପୂଜା ପର୍ବାଣୀରେ ଏହାର ଭୂମିକା ଅନସ୍ୱୀକାର୍ଯ୍ୟ । ଧାନର ଉପସ୍ଥିତି ବିନା ପୂଜାପର୍ବାଣୀ ସମ୍ପନ୍ନ ହେବା ସମ୍ଭବ ନୁହେଁ।

ସର୍ବାଧିକ ଚାଉଳ ରପ୍ତାନୀ କରି ଭାରତ ଅନେକ ଦେଶକୁ ଖାଦ୍ୟ ଯୋଗାଉଛି । ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କ’ଣ ତାହା ସମସ୍ତଙ୍କୁ ଜଣା । ସର୍ବାଧିକ ଚାଉଳ ରପ୍ତାନୀ କରି ଭାରତ ଅନେକ ଦେଶକୁ ଖାଦ୍ୟ ଦେଉଛି । ଏଥିସହ ଭାରତ ବି ଚାଉଳ ବ୍ୟବହାରକାରୀ ରାଷ୍ଟ୍ର ରୂପେ ସବୁବେଳେ ଆଗରେ ରହି ଆସିଥିବା ନିଜ ଅଭିଭାଷଣରେ ମତବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି।

Leave A Reply

Your email address will not be published.