ପୂର୍ବତନ ବିଧାୟକ ସନା ମହାକୁଡ଼ଙ୍କ ଘରେ ଆଇଟି ରେଡ୍

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ପୁଣି ଆରମ୍ଭ ହେଲା ଆଇଟି ରେଡ । ଚମ୍ପୁଆ ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ରେଡ୍ । ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଉଛି । ଇନକମ୍ ଟ୍ୟାକ୍ସର ୨୦ ଜଣିଆ ଟିମ୍ ପକ୍ଷରୁ ରେଡ୍ କରାଯାଉଛି । କେନ୍ଦୁଝର, ଚମ୍ପୁଆ ଓ ଭୁବନେଶ୍ୱରରେ ଏକକାଳୀନ ଚଢାଉ ହେଉଛି ।

ଭୁବନେଶ୍ୱର ସହିଦ ନଗରରେ ଥିବା ବାସ ଭବନରେ ଚଢାଉ ଚାଲିଛି । ତାଙ୍କ ଘର ପାଖରେ ଥିବା ଅନ୍ୟ ଏକ ଘରେ ମଧ୍ୟରେ ରେଡ୍ କରାଯାଉଛି । ଏହା ସହ ସନାତନ ମହାକୁଡ଼ଙ୍କ ପିଏ ବିକାଶ ମହାନ୍ତିଙ୍କ ଘରେ ମଧ୍ୟ ରେଡ୍ କରାଯାଉଥିବା ସୂଚନା ମିଳିଛି ।

 

Leave A Reply

Your email address will not be published.