ପୂର୍ବତନ ବିଧାୟକଙ୍କ ଘରେ ଆଇଟି ରେଡ

0

ଭୁବନେଶ୍ୱର (ଆମ ଟିଭି): ପୂର୍ବତନ ବିଧାୟକଙ୍କ ଘରେ ଆଇଟି ରେଡ୍। ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଓଞ ଚଢାଉ। ଘର ଓ କାର୍ୟ୍ୟାଳୟରେ ଆୟକର ବିଭାଗର ଚଢାଉ ଜାରି ରହିଛି। ଯୋଡ଼ା ସାଇ ମନ୍ଦିର ନିକଟସ୍ଥ ବାସଭବନ ଏବଂ ବନେଇକଳା ଛକରେ ଥିବା ଖଣି କାର୍ୟ୍ୟାଳୟରେ ଚଢ଼ାଉ କରୁଛି ଆୟକର ବିଭାଗ।

ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଚଢାଉ ଚାଲିଥିବା ସୂଚନା ମିଳିଛି। ଅନ୍ୟପଟେ ଗତ ବର୍ଷ ମେ ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଜିତୁ ପଟ୍ଟନାୟକଙ୍କ ଭୁବନେଶ୍ୱର ଓ ଯୋଡା ସ୍ଥିତ ବିଭିନ୍ନ ସ୍ଥାନରେ ଚଢାଉ କରା ଯାଇଥିଲା। ୨୦୨୪ ନିର୍ବାଚନ ପୂର୍ବରୁ ବାରମ୍ବାର ପୂର୍ବତନ ବିଧାୟକଙ୍କ ଘରେ ଚଢାଉ ଏହି ଖଣି ଅଞ୍ଚଳ ସମେତ ସମଗ୍ର ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.