ଯୋଗୀଙ୍କ ପ୍ରଶଂସା କରିବା ପଡ଼ିଲା ମହଙ୍ଗା : ଦଳରୁ ତଡ଼ା ଖାଇଲେ ସମାଜବାଦୀ ପାର୍ଟି ବିଧାୟକ

0

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କରିବା ପଡ଼ିଲା ମହଙ୍ଗା । ସମାଜବାଦୀ ପାର୍ଟିର ଅସନ୍ତୁଷ୍ଟ ବିଧାୟକ ପୂଜା ପାଲଙ୍କୁ ଦଳରୁ ବାହାରର ରାସ୍ତା ଦେଖାଇଲେ ଅଖିଳେଶ ଯାଦବ । ଦଳ ତାଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ନେବା ସହିତ ଦଳ ବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ବାହାର କରିଛି ।

ଜାଣିରଖିବା ଉଚିତ ଯେ, ଗୋଟିଏ ଦିନ ତଳେ ଉତ୍ତର ପ୍ରଦେଶ ବିଧାନସଭାରେ ଭିଜନ୍ ଡକ୍ୟୁମେଣ୍ଟ ୨୦୪୭କୁ ନେଇ ମାରାଥନ୍ ଚର୍ଚ୍ଚା ଚାଲିଥିଲା । ଆଉ ଏହି ଚର୍ଚ୍ଚାରେ ସମାଜବାଦୀ ପାର୍ଟିର ବିଧାୟକ ପୂଜା ପାଲ ଭାଗ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଖୋଲାଖୋଲି ଭାବେ ପ୍ରଶଂସା କରିଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଜଣେ ସମାଜବାଦୀ ପାର୍ଟିର ବିଧାୟକ ହୋଇ ବି, ସେ ଯୋଗୀଙ୍କୁ ପ୍ରଶଂସା କରିବା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା ।

ସେ କହିଥିଲେ ଯେ, ସମସ୍ତେ ଜାଣିଛନ୍ତି ତାଙ୍କ ସ୍ୱାମୀଙ୍କ ହତ୍ୟା କିଏ କରିଥିଲା । ହେଲେ ଏଭଳି ଏକ କଠିନ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ କଥା ଶୁଣିଥିଲେ, ଆଉ ତାଙ୍କୁ ନ୍ୟାୟ ଦେଇଥିଲେ । ଯେଉଁଥିପାଇଁ ସେ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ । ଏହାସହ ପ୍ରୟାଗରାଜର ଅନେକ ମହିଳା ଯୋଗୀଙ୍କ ପାଇଁ ନ୍ୟାୟ ପାଇଥିଲେ ବୋଲି ବିଧାନସଭାରେ କହିଥିଲେ ସମାଜବାଦୀ ପାର୍ଟିର ବିଧାୟକ । ଯାହାକୁ ନେଇ ସରଗରମ ହୋଇଥିଲା ୟୁପି ରାଜନୀତି । ଆଉ ଏହାପରେ ସମାଜବାଦୀ ଦଳ ତାଙ୍କୁ ବାହାରର ରାସ୍ତା ଦେଖାଇଛି ।

Leave A Reply

Your email address will not be published.