ବର୍ଷା ପାଣିରେ ଖେଳିବା ହେଲା କାଳ; ଚାଲିଗଲା ୨ ନିଷ୍ପାପ ଶିଶୁଙ୍କ ଜୀବନ

0

ନୂଆଦିଲ୍ଲୀ (ଆମ ଟିଭି); ଦିଲ୍ଲୀରେ ଘଟିଲା ଅଭାବନୀୟ ଘଟଣା । ବର୍ଷା ପାଣିରେ ଭାସିଗଲେ ଦୁଇ ଶିଶୁ । ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ଷା ପାଣିରେ ଖେଳିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି ।

ସୂଚନା ମୁତାବକ ଦିଲ୍ଲୀ ପ୍ରେମ ନଗର ଅଞ୍ଚଳରେ ବର୍ଷା ପାଣିରେ ଖେଳୁଥିଲେ ୪ ଶିଶୁ । ପାଣିରେ ଖେଳୁ ଖେଳୁ ହଠାତ ସେ ପୋଖରୀ ପାଖକୁ ଚାଲିଯାଇଥିଲେ । ବର୍ଷା ପାଣିରେ ଖେଳିବା ମଜା ହେଲା କାଳ। ୪ ସାଙ୍ଗଙ୍କ ମଧ୍ୟରୁ ପାଣିରେ ବୁଡ଼ିଗଲେ ଦୁଇ ଶିଶୁ । ମୃତକ ଦୁଇ ନାବାଳକଙ୍କ ବୟସ ୯ ଓ ୧୫ ବର୍ଷ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.