କାଲିଠାରୁ ମହଙ୍ଗା ହେବ ପାହାଳ ମିଠା

0

ଭୁବନେଶ୍ୱର (ଆମ ଟିଭି): ଆଉ ଶସ୍ତାରେ ମିଳିବନି ମିଠା । ମହଙ୍ଗା ହେବ ପାହାଳ ମିଠା । ୫ଟଙ୍କିଆ ମିଠା ୬ଟଙ୍କାରେ, ୧୦ଟଙ୍କିଆ ମିଠା ୧୨ଟଙ୍କାରେ, ୨୦ଟଙ୍କିଆ ମିଠା ୨୫ ଟଙ୍କାରେ, ଛେନାଗଜା କେଜି ପିଛା ୨୨୦ଟଙ୍କା, ଛେନାପୋଡ଼ କେଜି ପିଛା ୨୮୦ ଟଙ୍କାରେ ବିକ୍ରି ହେବ । ଓମଫେଡ଼ କ୍ଷୀରର ଦାମ୍ ଲିଟର ପିଛା ୪ଟଙ୍କା ଓ ଛେନା ଦରରେ ଅହେତୁକ ବୃଦ୍ଧି ପାଇଁ ଏପରି ନିଷ୍ପତ୍ତି ନେଇଛି ପାହାଳ ମିଠା ବ୍ୟବସାୟୀ ସଂଘ । ଆସନ୍ତା ୨୩ ତାରିଖ ଠାରୁ ଏହି ଦରବୃଦ୍ଧି ଲାଗୁ ହେବ । ପାହାଳ ବଜାରରେ ଥିବା ୭୦ରୁ ଉଦ୍ଧ୍ୱର୍ ମିଠା ଦୋକାନକୁ ମଦନ ମୋହନ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ଦୈନିକ ପ୍ରାୟ ୪ଟନରୁ ଊଦ୍ଧ୍ୱ ଛେନା ଯୋଗାଇଥାଏ । ଏହି ଛେନାରୁ ପ୍ରସ୍ତୁତ ମିଠା ଏଠାରେ ବିକ୍ରିବଟା ହେବା ସହ ରାଜ୍ୟର ୨୦ରୁ ଊଦ୍ଧ୍ୱ ସହରକୁ ଯାଇଥାଏ । ସ୍ୱତନ୍ତ୍ର ଚାହିଦା ଥିବାରୁ ବିବାହ, ବ୍ରତ ଭଳି ବିଭିନ୍ନ ମାଙ୍ଗଳିକ କାର୍ୟ୍ୟରେ ମଧ୍ୟ ପାହାଳ ମିଠା ଖୋଜା ପଡେ଼ ।

କିନ୍ତୁ ଆସନ୍ତା ୨୩ ତାରିଖରୁ କେଜି ପିଛା ଛେନା ଦର ୨୦ଟଙ୍କା ବୃଦ୍ଧି ପାଇବାକୁ ଥିବାରୁ ମିଠା ଦର ବୃଦ୍ଧି କରିବାକୁ ବ୍ୟବସାୟୀ ସଂଘ ସଭାପତି ଅକ୍ଷୟ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଶ୍ରୀଶ୍ରୀରାଧାବଲ୍ଲଭ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ଦରବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯିବା ସହ ଶନିବାର ଠାରୁ ସୋମବାର ପର୍ୟ୍ୟନ୍ତ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତ ନିଆଯାଇଛି ।

Leave A Reply

Your email address will not be published.