ଆସନ୍ତା ୩ ଦିନ ପ୍ରବଳ ବର୍ଷିବ

0

ଭୁବନେଶ୍ବର (ଆମ ଟିଭି): ଓଡ଼ିଶାରେ ଧୀରେ ଧୀରେ ଦୁର୍ବଳ ହେଉଛି ମୌସୁମୀ ପ୍ରବାହ । ଏହାଫଳରେ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । କିନ୍ତୁ ,ହାରି ଭିତରେ ଆସିଛି ଆଉ ଏକ ବଡ଼ ଖବର । ଆସନ୍ତା ୩ ଦିନ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ।

ସେହିଭଳି ୧ ତାରିଖ ଦିନ ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ନୟାଗଡ଼ ଆଦି ଜିଲ୍ଲାରେ ଓ ୨ ତାରିଖ ଦିନ ନୂଆପଡ଼ା, ବରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର ଓ ସୋନପୁର ଆଦି ଜିଲ୍ଲାର କେତେକାଂଶରେ ଅପରାହ୍ଣ ଆଡ଼କୁ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମଙ୍ଗଳବାର ଦିନ ରାଜଧାନୀରେ ପାଗ ଖରାଟିଆ ରହିଥିଲା। ଆଜି ରାଜଧାନୀ ଓ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବା ସହ ଅପରାହ୍ଣ ଆଡ଼କୁ ସାମାନ୍ୟ ବର୍ଷା ହୋଇପାରେ।

 

Leave A Reply

Your email address will not be published.