ଭୁବନେଶ୍ଵର (ଆମ ଟିଭି): ରାଜ୍ୟରେ ବିଜେପି ସରକାରକୁ ପୂରିଲା ମାସେ । ଜୁନ ୧୨ ତାରିଖ, ୨୪ ବର୍ଷର ବିଜେଡି ସରକାରକୁ ହଟାଇ ରାଜ୍ୟରେ ଶପଥ ଗ୍ରହଣ କରିଥିଲା ବିଜେପି ସରକାର। ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କଲା ବିଜେପି।
ପ୍ରଥମ ଦିନରୁ ହିଁ ସରକାରଙ୍କ ଆଗରେ ଚ୍ୟାଲେଂଜ ଥିଲା ନିର୍ବାଚନୀ ପ୍ରତିଶ୍ରୁତି ପୂରଣ। ପ୍ରଥମ ଦିନରେ ବସିଥିଲା କ୍ୟାବିନେଟ୍ ବୈଠକ । ୧୦୦ ଦିନିଆ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ ମୋହନ ସରକାର। ଏହି ୧୦୦ ଦିନ ମଧ୍ୟରୁ ୩୦ ଦିନ ଶେଷ ହୋଇଛି ହୋଇଥିବା ବେଳେ ହାତରେ ଆଉ ୭୦ ଦିନ ବାକି ରହିଛି । ତେବେ ମାସକ ମଧ୍ୟରେ ମୋହନ ମାଝୀଙ୍କ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି, ଆଗକୁ କଣ ସବୁ ଚ୍ୟାଲେଞ୍ଜ ରହିଛି ? ତାହା ଉପରେ ରହିଛି ରାଜ୍ୟବାସୀଙ୍କ ନଜର ।