ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା କଂଗ୍ରେସରେ ଯୋଗ ଦେବେ!

0

ନୂଆଦିଲ୍ଲୀ (ଆମ ଟିଭି): ତେଲେଙ୍ଗାନାରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି । ରିପୋର୍ଟ ଅନୁଯାୟୀ, ସେ ଏହି ସପ୍ତାହ ଶେଷ ସୁଦ୍ଧା ଦିଲ୍ଲୀରେ କଂଗ୍ରେସରେ ଯୋଗଦେବେ ବୋଲି କୁହାଯାଉଛି। ୱାଇଏସ ଶର୍ମିଲା ଏବେ ୱାଇଏସଆର୍ ତେଲେଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ସଭାପତି ଅଛନ୍ତି।

ତେଲଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ଏହାର କିଛି ଦିନ ପରେ ରାଜ୍ୟରେ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ଗୁରୁତ୍ୱ ଶେଷ ହୋଇଛି। ୱାଇଏସ ଶର୍ମିଲା ମଙ୍ଗଳବାର ସମସ୍ତ ନେତାଙ୍କ ସହ ଏକ ବେଠକ ଡାକିଛନ୍ତି। ଯେଉଁଥିରେ ଓ୍ବାଇଏସଆର ତେଲଙ୍ଗାନା ପାର୍ଟି (ଓ୍ବାଇଏସଆରଟିପି)କୁ କଂଗ୍ରେସ ସହିତ ମିଶ୍ରଣ କରିବା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.