ନୂଆ ବର୍ଷ ରେ ରହିଛି ହେଲା ଜଗନ୍ନାଥଙ୍କ ଭଜନ “ତୁମେ ଅସୀମ ଅନନ୍ତ ହେ ଜଗନ୍ନାଥ”

0

ଭୁବନେଶ୍ୱର (ଆମ ଟିଭି): ଆଜି ନୂଆ ବର୍ଷ ଅବସରରେ ଦୀପାଞ୍ଜଳୀ ମ୍ୟୁଜିକ୍ ରେ ବାବୁ ବାବୁ ଙ୍କ ନିର୍ଦ୍ଦେଶନାରେ ରିଲିଜ୍ ହୋଇଛି ପ୍ରଭୁ ଜଗନ୍ନାଥଙ୍କ ଏକ ସୁନ୍ଦର ଭଜନ “ତୁମେ ଅସୀମ ଅନନ୍ତ ହେ ଜଗନ୍ନାଥ” ଯେଉଁ ଗୀତ ଟିରେ ଖୁବ୍ ସୁନ୍ଦର ଭାବେ ଅଭିନୟ କରିଛନ୍ତି ଦିବ୍ୟ ଓ ଦୀପାଞ୍ଜଳୀ । ତାହା ସହ ଜୟଦେବ ମିଶ୍ର ଗୀତ ଟିକୁ କଣ୍ଠଦାନ କରିଥିବା ସହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଖୁବ୍ ସୁନ୍ଦର ଭାବେ ଭାବପୂର୍ଣ୍ଣ ହୋଇ ଗୀତଟି କୁ ଲେଖିଛନ୍ତି ଜିତେନ୍ଦ୍ର ଜେନା ।

ଏଣୁ ନିର୍ଦ୍ଦେଶକ ବାବୁ ବାବୁ ଙ୍କ ବହୁଗୁଡିଏ ସଫଳତା ପରେ ନୂଆ ବର୍ଷ ରେ ଏକ ନୂଆ ପ୍ରୟାସ ଯାହା କି ଦର୍ଶକ ମାନଙ୍କ ହୃଦୟ କୁ ଏହି ଗୀତ ମାଧ୍ୟମରେ ଛୁଇଁ ପାରିବ । ଏଥିସହ ଏହି ଗୀତ ଟି ଶ୍ରୀକ୍ଷେତ୍ର ଧାମ ପୁରୀ ରେ ବିଭିନ୍ନ ସ୍ଥାନରେ ସୁଟିଂ ହେବା ସହ ପୁରୀ ମନ୍ଦିର ସାମ୍ନା ରେ କିଛି ଦୃଶ୍ୟ ଦର୍ଶକ ମାନଙ୍କ ମନକୁ ଜିଣିବ । ଏଣୁ ଖାଲି ଏହି ନୂଆ ବର୍ଷ ନୁହେଁ ସବୁସମୟରେ ଏହି ଭଜନ ଟି ଦର୍ଶକ ମାନଙ୍କ ହୃଦୟ ରେ ରହିବ ।

Leave A Reply

Your email address will not be published.