ନିରାଶ ହେଲେ ଜଗବନ୍ଧୁ ମିଳିଲାନି ଜାମିନ

0

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମାମଲାଶ୍ର ଦ୍ଧାଞ୍ଜଳିଙ୍କୁ ବ୍ୟବହାର କରି ଟଙ୍କା ଆଦାୟ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଜଗବନ୍ଧୁ ଜାମିନ ଆବେଦନ କରିଥିଲେ। ମାତ୍ର ଆଜି ତାଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଛି।

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ଭୁବନେଶ୍ୱର JMFC-୩ରେ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ ଗତକାଲି ଖାରଜ ହୋଇଥିଲା। ତଳ କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଅର୍ଚ୍ଚନା ଉପର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ପୁଣି ସେ ଜାମିନ ଆବେଦନ କରିଛନ୍ତି।

ଅର୍ଚ୍ଚନା ନାଗ ବ୍ଲାକ୍‌ମେଲିଂ ମାମଲାର ଖୋଳତାଡ଼ କରୁଥିବା ଇଡି ୧୫ ଜଣିଆ ତାଲିକା ପ୍ରସ୍ତୁତ କରିଛି। ସେମାନଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ୬ ଜଣଙ୍କୁ ପଚରାଉଚରା ସରିଥିବା ବେଳେ ଆଜି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ ଇଡିରେ ହାଜର ହୋଇଛନ୍ତି। ଅର୍ଚ୍ଚନା ନାଗ ମାମଲାରେ ସମନ ପରେ ଓକିଲଙ୍କ ସହ ଶିବ ପ୍ରସାଦ ଆଜି ଇଡିରେ ହାଜର ହୋଇଛନ୍ତି। ଶିବ ପ୍ରସାଦଙ୍କ ହୋଟେଲକୁ ଅର୍ଚ୍ଚନା ବାରମ୍ବାର ଯାଉଥିବା ବେଳେ ସେଠାରେ ବହୁ ଡିଲ୍‌ ଫାଇନାଲ କରୁଥିବା ଶୁଣିବାକୁ ମିଳିଛି। ତେଣୁ ଅଧିକ ତଥ୍ୟ ବାହାର କରିବାରୁ ଆଜି ଶିବ ପ୍ରସାଦଙ୍କୁ ଡାକିଛି ଇଡି।

ଏହା ପୂର୍ବରୁ ଏହି ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ବେହେରା, ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ, ବ୍ୟବସାୟୀ ଅମୀୟକାନ୍ତ ଦାସ, ଅବିନାଶ ପ୍ରିୟଦର୍ଶୀ ଓରଫ୍ ଚନ୍ଦନ ପ୍ରମୁଖ ଇଡିରେ ହାଜର ହୋଇ ସାରିଛନ୍ତି। ଏହି ମାମଲାରେ ତଥ୍ୟ ଯୋଗାଡ଼ କରିବାରେ ଲାଗି ପଡ଼ିଥିବା ଇଡି ଶେଷରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ସବୁ ସତ ପଦାରେ ପକାଇବ ବୋଲି ଜଣାଯାଇଛି।

Leave A Reply

Your email address will not be published.