ମୋଦିଙ୍କୁ ଭେଟିବେ ଜଗନ ମୋହନ

0

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀ ବୁଧବାର (ଜୁଲାଇ,୫) ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିବାର ସମ୍ଭାବନା ରହିଛି। ଏହି ପ୍ରସ୍ତାବିତ ବୈଠକରେ ୱାଇଏସଆର କଂଗ୍ରେସ ପାର୍ଟି (ୱାଇଏସଆରସିପି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ସମ୍ଭାବ୍ୟ ସମ୍ପର୍କ ଏବଂ ରାଜ୍ୟ ସହ ଜଡିତ ବିଚାରାଧୀନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ସହ ଜଡ଼ିତ ଅସମାଧିତ ଓ ବିଚାରାଧୀନ ସମସ୍ୟା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟିବେ। ଏଥିସହ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜଗନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ସମର୍ଥନ କରିବାକୁ ପ୍ରସ୍ତୁତ ହୋଇପାରନ୍ତି ଏବଂ ୟୁନିଫର୍ମ ସିଭିଲ କୋଡ୍‌ (ୟୁସିସି) ଏବଂ ରାଜ୍ୟ ସହ ଜଡିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି।

ସିଏମ ଜଗନ ଏବଂ ପିଏମ ମୋଦୀଙ୍କ ମଧ୍ୟରେ ଏହି ବୈଠକ ଏପରି ସମୟରେ ହୋଇଛି ଯେତେବେଳେ ଟିଡିପି ଏବଂ କଂଗ୍ରେସକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଆଗାମୀ ନିର୍ବାଚନ ପାଇଁ ବିଜେପି ଟିଡିପି ସହ ହାତ ମିଳାଇପାରେ! ସୂଚନାଯୋଗ୍ୟ, ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଗତ ମାସରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ।

ବିଜେପି ଟିଡିପି ସହ ହାତ ମିଳାଇପାରେ! ସୂଚନାଯୋଗ୍ୟ, ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଗତ ମାସରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ।

ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ପଟ୍ଟାଭି ରାମ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଜଗନଙ୍କ ଦିଲ୍ଲୀ ଗସ୍ତକୁ କୌଣସି ପ୍ରକାରର ରାଜନୈତିକ ଗୁରୁତ୍ୱ ଦେବାର ଆବଶ୍ୟକତା ନାହିଁ। ସମସ୍ତେ ଜାଣନ୍ତି ଯେ ଜଗନ ଯେତେବେଳେ ବି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥାନ୍ତି ତାହା କେବଳ ତାଙ୍କ ବ୍ୟକ୍ତିଗତ ସମସ୍ୟା ପାଇଁ ହୋଇଥାଏ ଏବଂ ତାଙ୍କ ବିରୋଧରେ ଚାଲିଥିବା ମାମଲା କାରଣରୁ ହୋଇଥାଏ। ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ କେବେ ବି ପ୍ରଧାନମନ୍ତ୍ରୀଙ୍କୁ ଭେଟି ନାହାନ୍ତି ବୋଲି ଟିଡିପି ନେତା କହିଛନ୍ତି।

Leave A Reply

Your email address will not be published.