ଭବାନୀପାଟଣା(ଆମ ଟିଭି): ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କଲେ ଜେପି ନଡ୍ଡା । ଭଷ୍ଟାଚାର ଓ ଦୁର୍ନିତିରେ ଓଡିଶା ଆଗକୁ ବଢିଛି । ଓଡିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି ହେଲେ ଓଡିଶା ସବୁଠାରୁ ପଛୁଆ ଗରିବ ରାଜ୍ୟ ଭାବେ ପରିଚିତ ହେଉଛି । ଆବାସ ଦୁର୍ନୀତି ପ୍ରସଙ୍ଗ ବି ଉଠାଇ କହିଛନ୍ତି ଆବାସ ବଣ୍ଟନରେ ଦୁର୍ନୀତି ଅଭିଯୋଗ ଆସିଛି । ଦୁର୍ନୀତିର ତଦନ୍ତ ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ କହିବି । ଯେଉଁମାନେ ଭ୍ରଷ୍ଟାଚାର କରିଛନ୍ତି ସେମାନଙ୍କୁ ଜେଲ ପଠାଯିବ । ୨୩ ବର୍ଷ ହେଲା ନବୀନ ପଟ୍ଟନାୟକ ଶାସନ ଗାଦିରେ ବସିଛନ୍ତି ।
ମୋଦି ସରକାର ଚାଉଳ ପଠାଇଛନ୍ତି । କିନ୍ତୁ ସାଢ଼େ ୩ କୋଟି ଲୋକ ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାରେ ଚାଉଳ ପାଉଛନ୍ତି । ୨୩ ବର୍ଷରେ ନବୀନ ପଟ୍ଟନାୟକ ରାଜ୍ୟକୁ କେଉଁଠି ପହଞ୍ଚାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । କେନ୍ଦ୍ର ଯୋଜନାକୁ ନିଜ ନାଁରେ କରି ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ନାଁ ବଦଳେଇଲେ କିଛି ହେବନି ମୋଦି ସମସ୍ତଙ୍କ ଦୃହୟରେ ଅଛନ୍ତି ବୋଲି କହିଛନ୍ତି ଜେପି ନଡ୍ଡା ।