ଭୁବନେଶ୍ୱର(ଆମ ଟିଭି): ପୁଣି ବିବାଦରେ ଛନ୍ଦିହେହେଲ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ । ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଥିବାବେଳେ, ଉଦ୍ଧବ ବାଲାସାହେବ ଠାକରେଙ୍କ ଯୁବ ସେନା ପକ୍ଷରୁ ଏହି ଅଭିଯୋଗ କରାଯାଇଥିବା ସୂଚନା ମିଳିଛି । ତେବେ ବାଗେଶ୍ୱର ବାବା ଶିରିଡି ସାଇବାବାଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ତାଙ୍କ ନାଁରେ ଏହି ଅଭିଯୋଗ କରାଯାଇଛି । ଉଦ୍ଧବ ବାଲାସାହେବ ଠାକରେଙ୍କ ଯୁବ ସେନା ପକ୍ଷରୁ ଏହି ଅଭିଯୋଗ ପୋଲିସ ପାଖରେ କରାଯାଇଛି । ତେବେ ଖାଲି ସେତିକି ନୁହେଁ, ଅଭିଯୋଗ ଦାଖଲ ହେବା ସହିତ ତୁରନ୍ତ ବାବା ବାଗେଶ୍ୱରଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ହେବାକୁ ଦାବି ଉଠିଛି । ଏଥିସହ ବାବା ବାଗେଶ୍ୱର ଶିରିଡି ସାଇବାବା ଭକ୍ତଙ୍କ ଭାବନାକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ବାବା ବାଗେଶ୍ୱର ଶିରିଡି ସାଇବାବାଙ୍କୁ ନେଇ ବିବାଦୀୟ ବୟାନ ରଖିଥିଲେ । ସେ କହିଥିଲେ, ସାଇବାବା କୌଣସି ଭଗବାନ ନୁହଁନ୍ତି । ସାଇବାବା ସନ୍ଥ ଓ ଫକୀର ଅଟନ୍ତି । ହେଲେ ସାଇବାବା କଦାପି ଭଗବାନ ନୁହଁନ୍ତି ବୋଲି ବାବା ବାଗେଶ୍ୱର କହିଥିଲେ । ଏଥିସହ ଆମ ଧର୍ମରେ ଶଙ୍କରାଚାର୍ୟ୍ୟଙ୍କର ସବୁଠୁ ସ୍ଥାନ ଉପରେ । ସେ ସାଇବାବାଙ୍କୁ ଦେବତାଙ୍କ ସ୍ଥାନ ଦେଇନଥିଲେ ବୋଲି ସେ କହିଥିଲେ । ତେବେ ତାଙ୍କର ଏହି ବୟାନକୁ ନେଇ ଏବେ ବିବାଦ ଛିଡା ହେବା ସହିତ ତାଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ ହୋଇଛି ।