କଂଗ୍ରେସରେ ମିଶିଲେ ଦକ୍ଷିଣ ଓଡିଶାର ଟାଣୁଆ ନେତା ଜୟରାମ ପାଙ୍ଗୀ

0

ଭୁବନେଶ୍ୱର (ଆମ ଟିଭି): ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ରେ  ବଡ଼ ପରିବର୍ତ୍ତନ ।  ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳକୁ ସାରାଦେଶ ଉତ୍କଣ୍ଠାର ସହ ଅପେକ୍ଷା କରିଥିବାବେଳେ ଓଡିଶାର ବି ନଜର ରହିଛି । କିନ୍ତୁ ଏହା ଭିତରେ ଚଳଚଞ୍ଚଳ ହୋଇଛନ୍ତି ଓଡିଶାର ପ୍ରମୁଖ ରାଜନୈତିକ ଦଳ । ଜୋରଦାର ହୋଇଛି ମିଶ୍ରଣ ପର୍ବ । ଯାହା ରାଜ୍ୟ ରାଜନୀତିକୁ ସରଗମ କରିଛି ।

୫ ରାଜ୍ୟର ନିର୍ବାଚନ ଫଳାଫଳକୁ ଅପେକ୍ଷା ଭିତରେ, ରାଜଧାନୀ ଭୁବନେଶ୍ୱରରୁ ଆସିଥିବା ଦୃଶ୍ୟ ଭିନ୍ନ ବାର୍ତା ଦେଉଛି । ରାଜ୍ୟର ରାଜନୈତିକ ପାଣିପାଗ ଉଷ୍ଣ ହେଲାଣି ବୋଲି ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି । ବିଜେଡି, ବିଜେପି ଓ କଂଗ୍ରେସ ଶିବିରରେ ଲାଗିଥିବା ଭିଡ ଓ ମିଶ୍ରଣ ପର୍ବ, ରାଜନୈତିକ ଦଳମାନଙ୍କର ଆଗାମି ନିର୍ବାଚନ ପ୍ରସ୍ତୁତି ତାହାର ସଂକେତ ଦେଉଛି । ନବୀନ ନିବାସରେ ଭି.କେ.ପାଣ୍ଡିଆନଙ୍କୁ ଭେଟିବାକୁ ଭିଡ ଲାଗିଥିବାବେଳେ, କଂଗ୍ରେସ କାର୍ଯ୍ୟାଳୟରେ ହାତ ଧରିଛନ୍ତି ଦକ୍ଷିଣ ଓଡିଶାର ଟାଣୁଆ ନେତା ଜୟରାମ ପାଙ୍ଗୀ ।

Leave A Reply

Your email address will not be published.