ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଠାରୁ ଟଙ୍କା ମାଗିବା ଅଭିଯୋଗରେ ଜନସେବାକେନ୍ଦ୍ର ସିଲ୍‌

0

ଭୁବନେଶ୍ୱର (ଆମ ଟିଭି): ଖୋର୍ଦ୍ଧା ପୌରାଞ୍ଚଳ ମୁକୁନ୍ଦପ୍ରସାଦ ଠାରେ ଏକ ଜନସେବା କେନ୍ଦ୍ରକୁ ଜିଲା ପ୍ରଶାସନ ସିଲ୍‌ କରିଥିବା ଗୁରୁବାର ଖବର ମିଳିଛି। ସୁଭଦ୍ରା ଯୋଜନାର ଡିଜିଟାଇଜେସନ ପାଇଁ ହିତାଧିକାରୀଙ୍କ ଠାରୁ ଟଙ୍କା ମାଗୁଥିବା ଅଭିଯୋଗରେ ଜନସେବା କେନ୍ଦ୍ରକୁ ସିଲ୍‌ କରାଯାଇଛି।

ମୁକୁନ୍ଦପ୍ରସାଦ ଠାରେ ଥିବା ଏକ ଜନସେବା କେନ୍ଦ୍ରରେ ହିତାଧିକାରୀଙ୍କୁ ଟଙ୍କା ମାଗୁଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୌରପରିଷଦର ନିର୍ବାହି ଅଧିକାରୀ ଏବଂ ଟାଉନ ଥାନା ପୁଲିସ ପହଞ୍ଚି ଜନସେବା କେନ୍ଦ୍ରକୁ ସିଲ୍ କରିଥିବା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.