ନୂଆଦିଲ୍ଲୀ (ଆମ ଟିଭି): ଜାପାନରେ ଭୟଙ୍କର ଭୂମିକମ୍ପ ତାଣ୍ଡବ ରଚିଛି । ଏହାରି ଭିତରେ ଭୂମିକମ୍ପ ନେଲାଣି ୨୦ ଜୀବନ । ଭୁମିକମ୍ପ ଯୋଗୁ ୪୮ ଘଣ୍ଟାରେ ୧୫୫ କମ୍ପନ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ନୂଆ ବର୍ଷରେ ୭ ଦଶମିକ ୬ ତୀବ୍ରତାରେ ହୋଇଥିଲା ଭୁମିକମ୍ପ । ତୁହାକୁ ତୁହା ଗୋଟିଏ ପରେ ଗୋଟିଏ ଭୂମିକମ୍ପ ସାରା ଜାପାନକୁ ସ୍ୱବ୍ଧ କରି ଦେଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜାପାନରେ ୪୮ ଘଣ୍ଟା ଭିତରେ ୧୫୫ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଇସିକା-ୱାର ୱାଜିମା, କାନା-ୱାଜା ଓ ଟୋ-ୟୋମା ଆଦି ସ୍ଥାନରେ ସୁନାମୀର ପ୍ରଥମ ଲହର ଛୁଇଁ ସାରିଛି । ସୋମବାର ୧ ମିଟର ଉଚରେ ଆସୁଥିବା ଜାପାନ ଉପୂଳରେ ମାଡ ହୋଇଥିବା ସୂଚନା ମିଳିଛି ।
ଏମିତିକି ୫ ମିଟର ପର୍ୟ୍ୟନ୍ତ ପାଣିର ଜୁଆର ଉଠିବା ନେଇ ସତର୍କତା ଜାରି କରାଯାଇଛି । ଭୁମିକମ୍ପରୁ ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି । ସମୂଦ୍ରରେ ୧ ମିଟର ଢେଉ ଆସିବାରୁ ଶତାଧିକ ଘର ଭସାଇ ନେଇଛି । ଲୋକେ ଏବେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି । ଭୂମିକମ୍ପ ଯୋଗୁଁ ଉତର କୋରିଆ, ଦକ୍ଷିଣ କୋରିଆ ଏବଂ ଋଷିଆର ପୂର୍ବାଂଚଳରେ ଥିବା ବ୍ଲାଡି-ଭୋଷ୍ଟକ ଏବଂ ନା-ଖୋଡକା ସହରରେ ସୁନାମୀ ସତର୍କତା ଜାରି କରାଯାଇଛି ।