ଚନ୍ଦ୍ରକୁ ଜାପାନ ପଠାଇଲା ଲ୍ୟାଣ୍ଡର
ନୂଆଦିଲ୍ଲୀ (ଆମ ଟିଭି): ଭାରତର ଚନ୍ଦ୍ରଯାନ-୩ ସଫଳ ହେବା ପରେ ସବୁ ଦେଶ ବର୍ତ୍ତମାନ ଏହାକୁ ଅନୁକରଣ କରିବା ଆରମ୍ଭ କରିଦେଇଛନ୍ତି । ଏହାରି ଭିତରେ ଜାପାନ ଆଜି(ଗୁରୁବାର) ସକାଳେ ଲ୍ୟାଣ୍ଡର ନେଇଥିବା ରକେଟ୍ H-IIA ଉତକ୍ଷେପଣ କରିଛି । ଦକ୍ଷିଣ ଜାପାନର ତାଙ୍ଗେସିମା ସ୍ପେସ୍ ସେଣ୍ଟରରୁ ଏହି ଉତକ୍ଷେପଣ କରାଯାଇଥିଲା । ଯଦି ଏହାର ସ୍ଲିମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଟରେ ସଫ୍ଟ ଲ୍ୟାଣ୍ଡି କରିପାରେ ତେବେ ଜାପାନ ଚନ୍ଦ୍ରରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡି କରିବାରେ ବିଶ୍ଵର ପଞ୍ଚମ ଦେଶ ଭାବେ ଗଣାଯିବ ।
ଜାପାନ ଆଜି(ଗୁରୁବାର) ସକାଳେ ଲ୍ୟାଣ୍ଡର ନେଇଥିବା ରକେଟ୍ H-IIA ଉତକ୍ଷେପଣ କରିଛି । ଗତମାସରେ ଖରାପ ପାଗ ହେତୁ ଗୋଟିଏ ସପ୍ତାହରେ ତିନିଥର ମିଶନକୁ ସ୍ଥଗିତ ରଖିବା ପରେ ଜାପାନ ଶେଷରେ ଆଜି ଉତକ୍ଷେପଣ କରିବାରେ ସଫଳ ହୋଇଥିଲା । ତାଙ୍ଗେସିମା ସ୍ପେସ୍ ସେଣ୍ଟରରୁ H-IIA ରକେଟ୍ ମାଧ୍ୟମରେ ଏହି ଉତକ୍ଷେପଣ କରାଯାଇଥିଲା । ବାରମ୍ବାର ଖରାପ ପାଗ ହେତୁ ଜାପାନ ସ୍ପେସ୍ ଏଜେନ୍ସିକୁ ଚନ୍ଦ୍ର ମିଶନର ତାରିଖ ବାରମ୍ବାର ପରିବର୍ତ୍ତନ କରିବାକୁ ପଡିଥିଲା ।