ଜାପାନକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ମୋଦୀ ଜଣାଇଲେ ଶୁଭେଚ୍ଛା

0

ଜାପାନକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି ସାନାଏ ତାକାଇଚି । ସେ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ଶୁଅ । ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି ଯେ ସେ ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ଏବଂ ଏକାଠି କାମ କରିବାକୁ ଅପେକ୍ଷା କରିଛନ୍ତି । ତାକାଇଚି ଶିଗେରୁ ଇଶିବାଙ୍କ ଉତ୍ତରାଧିକାରୀ ହେବେ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, “ସାନାଏ ତାକାଇଚି, ଜାପାନର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିବାରୁ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ମୁଁ ଆପଣଙ୍କ ସହିତ ଘନିଷ୍ଠ ଭାବରେ କାମ କରିବାକୁ ଅପେକ୍ଷା କରିଛି । ଆହୁରି ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଆମ ଦେଶ ମଧ୍ୟରେ ସମ୍ପର୍କକୁ ଗଭୀର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।”

Leave A Reply

Your email address will not be published.