ଆଜି ନୁହେଁ ୧୮ ତାରିଖରେ ନାମାଙ୍କନ ଦାଖଲ କରିବେ ଜୟ ଢୋଲକିଆ

0

ଭୁବନେଶ୍ୱର (ଆମ ଟିଭି): ଆଜି ପ୍ରାର୍ଥୀପତ୍ର ଦାଖଲ କରିବେନି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଆସନ୍ତା ୧୮ ତାରିଖରେ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି। ଆଜି ଶୁଭ ମୁହୂର୍ତ୍ତ ନଥିବାରୁ ପ୍ରାର୍ଥୀପତ୍ର ଦାଖଲ କରିବେନି ଜୟ । ଆଜି ପ୍ରାର୍ଥୀପତ୍ର ଦାଖଲ ପାଇଁ ବିଜେପି ପକ୍ଷରୁ ବଡ଼ ଆୟୋଜନ ହୋଇଥିଲା । ନାମାଙ୍କନ ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହିଥାନ୍ତେ ।

ଗତ ୧୧ତାରିଖ ଦିନ ବିଜେପିରେ ସାମିଲ ହୋଇଥିଲେ ଜୟ ଢୋଲକିଆ । ଏହାପରେ ନୂଆପଡା ରାଜନୈତିକ ସମୀକରଣ ପୁରା ବଦଳି ଯାଇଥିଲା । ବିଜେଡିରୁ ଜୟ ଢୋଲକିଆ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେବା ପରେ ହଠାତ୍‍ ଜୟ ଢୋଲକିଆ ବିଜେପି ଶିବିରରେ ଦେଖାଦେଇଥିଲେ । ପିତାଙ୍କ ଦେହାନ୍ତ ପରେ ବିଜେପିରେ ସାମିଲ ହେବାରୁ ବିଜେଡି ଜୟଙ୍କୁ ସିଧାସଳଖ ଟାର୍ଗେଟ କରିଥିଲା ।

Leave A Reply

Your email address will not be published.