ବ୍ରିଟେନ ମନ୍ତ୍ରୀଙ୍କୁ କଡ଼ା ଜବାବ ଜୟ ଶଙ୍କର

0

ନୂଆଦିଲ୍ଲୀ: ବିବିସିର ଟିକସ ଫାଙ୍କି ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କ ବ୍ରିଟେନ ପ୍ରତିପକ୍ଷଙ୍କୁ ଆଜି କଡ଼ା ଜବାବ ଦେଇଛନ୍ତି। ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଜେମ୍‌ସ ଆଜି ଏକ ଦ୍ୱିପାକ୍ଷିକ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ବିବିସିରେ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଟିକସ ଚଢ଼ାଉ ପ୍ରସଙ୍ଗ ଉଠାଇଥିଲେ।

ତେବେ, ଜୟଶଙ୍କର ତାଙ୍କ ବ୍ରିଟେନ ପ୍ରତିପକ୍ଷଙ୍କୁ ଦୃଢ଼ ଜବାବ ଦେଇ କହିଥିଲେ ଯେ ଭାରତରେ କାର୍ଯ୍ୟକରୁଥିବା ସମସ୍ତ ସଂସ୍ଥା ଦେଶର ଆଇନକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ, ଟିକସ ପୈଠରେ ଅନିୟମିତତା ଅଭିଯୋଗରେ ଗତ ମାସରେ ଆୟକର ବିଭାଗ ତିନି ଦିନ ଧରି ଦିଲ୍ଲୀ ଏବଂ ମୁମ୍ବାଇସ୍ଥିତ ବିବିସି କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ଏହି ଚଢ଼ାଉ ସମୟରେ ବରିଷ୍ଠ କର୍ମଚାରୀଙ୍କୁ ରାତିସାରା ରହି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା।

୨୦୦୨ ଗୁଜୁରାଟ ସାମ୍ପ୍ରଦାୟିକ ଦଙ୍ଗା ସମୟରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ସମାଲୋଚନା କରି ଏକ ଡକ୍ୟୁମେଣ୍ଟାରି ବ୍ରିଟିଶ ପବ୍ଲିକ୍‌ ସର୍ଭିସ୍‌ ବ୍ରଡକାଷ୍ଟର (ବିବିସି) ପ୍ରସାରଣ କରିବାର କିଛି ସପ୍ତାହ ପରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ଶେଷ କରିବା ପରେ ଟିକସ ବିଭାଗ ଦାବି କରଥିଲା ଯେ ଟିକସ ଫାଙ୍କି ନେଇ ଅନେକ ପ୍ରମାଣ ମିଳିଛି; ଯାହା ଦର୍ଶାଉଛି ଯେ କେତେକ କାରବାର ଉପରେ ଟିକସ ପୈଠ କରାଯାଇନାହିଁ ଯାହାକୁ ବିଦେଶୀ ସଂସ୍ଥାଦ୍ୱାରା ଭାରତରୁ ଆୟ ଭାବରେ ପ୍ରକାଶ କରା ଯାଇନାହିଁ। ଟିକସ ବିଭାଗ ଅଭିଯୋଗ କରଥିଲା ଯେ ଏହି ଚଢ଼ାଉ ସମୟରେ ଟ୍ରାନ୍‌ସଫର ପ୍ରାଇସିଂ ଡକ୍ୟୁମେଣ୍ଟେସନରେ ଅସଙ୍ଗତି ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.