ରାଜ୍ୟସଭାରେ ସଭାପତିଙ୍କୁ ଆଙ୍ଗୁଠି ଦେଖାଇଲେ ଜୟା ବଚ୍ଚନ

0

ନୂଆଦିଲ୍ଲୀ(ଆମ ଟିଭି): ପୁଣି ଚର୍ଚ୍ଚାରେ ରାଜ୍ୟସଭା ସାଂସଦ ଜୟା ବଚ୍ଚନ । ସୋସିଆଲ ମିଡିଆରେ ସପାର ଏହି ନେତ୍ରୀଙ୍କୁ ତାଙ୍କ ବ୍ୟବହାର ପାଇଁ ଟ୍ରୋଲ କରାଯାଉଛି । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ଆଙ୍ଗୁଠି ଦେଖାଉଥିବା ଭିଡିଓ ଭାଇରାଲ ହେବା ସହ ତାଙ୍କୁ ଟ୍ରୋଲ କରାଯାଉଛି । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଭିଡିଓରେ ସମାଜବାଦୀ ଦଳର ସାଂସଦ ସଭାପତିଙ୍କ ଆସନକୁ ଆଙ୍ଗୁଠି ଦେଖାଉଥିବା ଦେଖିବାକୁ ମିଳିଛି । ତାଙ୍କ ଭାବ-ଭଙ୍ଗୀକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ଜୟା ମଧ୍ୟ ଅନେକ ସମୟରେ ରାଗୁଥିବା ନଜର ଆସିଥାନ୍ତି । ସଂସଦରେ ଅସଂସଦୀୟ ଆଚରଣ ପାଇଁ ସପା ସାଂସଦଙ୍କୁ ଅନେକ ସମୟରେ ବିବାଦୀୟ ପରିସ୍ଥିତିର ସାମ୍ନା କରିବାକୁ ମଧ୍ୟ ପଡିଥାଏ ।

ଚଳିତ ବଜେଟ ଅଧିବେଶନ ବେଳେ ସଦନରେ ହଙ୍ଗାମା ଚାଲିଥିଲା । ସଂସଦରେ ହୋହଲ୍ଲା କରିବା ଏବଂ ଏହାକୁ ରେକର୍ଡ କରିବା ମାମଲାରେ କଂଗ୍ରେସ ସାଂସଦ ରଜନୀ ପଟେଲଙ୍କୁ ଚଳିତ ଅଧିବେଶନରୁ ନିଲମ୍ବନ କରାଯାଇଛି । ଏହାକୁ ନେଇ ଜୟା ବିରୋଧ କରିବା ସହ କଂଗ୍ରେସ ସାଂସଦଙ୍କ ସମର୍ଥନରେ ବାହାରିଥିଲେ ।

Leave A Reply

Your email address will not be published.