ଜୟନାରାୟଣ ମିଶ୍ର ଅଡୁଆ ବଢିଲା

0

ଭୁବନେଶ୍ୱର (ଆମ ଟିଭି ): ପୁଣି ବଢ଼ିଲା ଜୟନାରାୟଣ ମିଶ୍ରଙ୍କ ଅଡ଼ୁଆ । ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ଅଭିଯୋଗ ନେଇ ସମ୍ବଲପୁର ଟାଉନ ଥାନାରେ ରୁଜୁ ହୋଇଥିବା ମାମଲାରେ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି ।

ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି । ସେହିପରି କ୍ଷେତରାଜପୁର ଥାନା ମାମଲାରେ ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ନିମ୍ନ ଅଦାଲତର ଆତ୍ମସମର୍ପଣ କରି ନିୟମିତ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Leave A Reply

Your email address will not be published.