ଭୁବନେଶ୍ୱର (ଆମ ଟିଭି): ୫-ଟିକୁ ନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ପ୍ରଶ୍ନ କରୁଥିବା ଜୟନାରାୟଣ ଆଜି ପୁଣି ପ୍ରଶ୍ନ ଉଠାଇଛନ୍ତି । ୫-ଟିକୁ ନେଇ ଗୃହରେ ହୋ-ହଲ୍ଲା ପରେ ଗୃହ ବାହାରେ ଜୟନାରାୟଣ କହିଛନ୍ତି, ୫-ଟିକୁ ନେଇ ପ୍ରଶ୍ନ କରିବା ମାତ୍ରେ ଶାସକ ଦଳର ନେତା କେଉଁ ଦିଗକୁ ଏହାକୁ ନେଉଛନ୍ତି ତାହା ମୁଁ ଜାଣିପାରୁନି ।
ଶାସକ ଦଳର ନେତା କହୁଛନ୍ତି, ୫-ଟି ହେଉଛି ବିଚାରଧାରା ଏବଂ ଚିନ୍ତାଧାରା । ଏବେ କହିଲେଣି ସିଏମଓ । ୫-ଟି ସିଏମଓ କେମିତି ହେବ? ଗୋଟେ ବିଚାରଧାରା ସିଏମଓ କେମିତି ହେବ? ମୁଖ୍ୟମନ୍ତ୍ରୀଙ୍କର ଯଦି ସେ ସଚିବ ତେବେ ସେ ସିଏମଓର କର୍ମଚାରୀ ହୋଇପାରନ୍ତି, ସିଏମଓ କେମିତି ହୋଇଯିବେ?