‘ଇଣ୍ଡିଆ’ ବୈଠକରେ ସାମିଲ ହେବେ ଜୟନ୍ତ ଚୌଧୁରୀ

0

ନୂଆଦିଲ୍ଲୀ(ଆମ ଟିଭି): ଜାତୀୟ ରାଜନୀତିରେ ଏବେ ଏନଡିଏ ଓ ଇଣ୍ଡିଆକୁ ନେଇ ଖୁବ୍ ଜୋରରେ ଚର୍ଚ୍ଚା । ଏହାରି ଭିତରେ ଏକ ବଡ଼ ଖବର ଆସିଛି, ଜୟନ୍ତ ଚୌଧୁରୀଙ୍କ ପାର୍ଟି ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ଗୁରୁବାର ଏନଡିଏରେ ସାମିଲ ହେବା ଖବରକୁ ଖାରଜ କରିଛନ୍ତି। ତାଙ୍କ ପାର୍ଟି କହିଛି, ସେ ମୁମ୍ବାଇରେ ହେବାକୁ ଯାଉଥିବା ବିରୋଧୀ ଦଳ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ଦଳ ସାମିଲ ହେବେ। ତେବେ ରାଜ୍ୟ ସଭାରେ ଦିଲ୍ଲୀ ସର୍ଭିସ ବିଲକୁ ନେଇ ହୋଇଥିବା ଭୋଟିଂରୁ ଦୂରେଇ ରହିବା ପରେ ଅନୁମାନ କରାଯାଉଥିଲା କି ଆରଏଲଡି ଏନଡିଏରେ ସାମିଲ ହୋଇପାରେ।

ଏହି ଘଟଣାର କିଛିଦିନ ପରେ ଚୌଧୁରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସାକ୍ଷାତ୍‌ କରିଥିଲେ। ଏହାପରେ ଅନୁମାନ କରାଯାଉଥିଲା କି ଆସନ୍ତା ନିର୍ବାଚନରେ ଆରଏଲଡି ଏନଡିଏ ମେଣ୍ଟର ହାତ ଧରିପାରେ, ହେଲେ ଏବେ ଦଳ ଏହାକୁ ଖାରଜ କରି ଦେଇଛି। ଆରଏଲଡିର ଜାତୀୟ ମୁଖପାତ୍ର ଅନିଲ ଦୁବେ କହିଛନ୍ତି ଯେ ମୁମ୍ବାଇରେ ହେବାକୁ ଥିବା ବିରୋଧୀ ମେଣ୍ଟ ବୈଠକରେ ଆମର ନେତାମାନେ ଅଂଶଗ୍ରହଣ କରିବେ।

Leave A Reply

Your email address will not be published.