ପାକିସ୍ତାନ ଉପରେ ବର୍ଷିଲେ ଜୟଶଙ୍କର

0

ମିଳିତ ଜାତିସଂଘ: ପୁଣିଥରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ପୂରା ବିଶ୍ୱ ଜାଣିଛି। ଅଢ଼େଇ ବର୍ଷ କରୋନା କାଳରେ ସମସ୍ତଙ୍କ ସ୍ମରଣଶକ୍ତି ଟିକିଏ କିମି ଯାଇଛି, ହେଲେ ଅନ୍ତର୍ଜାତୀୟ ସମୂହ ଭଲ ଭାବେ ଜାଣିଛନ୍ତି ଯେ ଆତଙ୍କବାଦର ଉତ୍ପତ୍ତି ସ୍ଥଳ କେଉଁଠି ରହିଛି ବୋଲି ମିଳିତ ଜାତିସଂଘରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଛନ୍ତି ।

ଏଥିସହ ଆମେରିକା ପୂର୍ବତନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲଣ୍ଟନ ପାକିସ୍ତାନ ଉଦ୍ଦେଶ୍ୟରେ ଦେଇଥିବା ସାପ ମନ୍ତବ୍ୟକୁ ମଧ୍ୟ ଜୟଶଙ୍କର ଉଠାଇ ଇସଲାମାବାଦକୁ ଟାର୍ଗେଟ କରିଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦରେ ‘Global Counterterrorism Approach: Challenges and Way Forward’ ଶୀର୍ଷକ ଆଲୋଚନାରେ ଅଧ୍ୟକ୍ଷତା କରିବା ପରେ ଜୟଶଙ୍କର ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ସେ କହିଛନ୍ତି, “ଏବେ ସେମାନେ(ପାକିସ୍ତାନ ସରକାର) ଯାହା କହିଲେ ବି ପ୍ରକୃତ ସତ ସମସ୍ତେ ଜାଣିଛନ୍ତି। ପୂରା ବିଶ୍ୱ ସେମାନଙ୍କୁ ଆତଙ୍କବାଦର ଉତ୍ପତ୍ତି ସ୍ଥଳ ଭାବେ ବିଚାର କରୁଛି। ସେହି ଦୃଷ୍ଟି ବଦଳି ନାହିଁ। ମୁଁ ଜାଣିଛି ଆମେ ସମସ୍ତେ ଦୀର୍ଘ ଅଢ଼େଇ ବର୍ଷ ହେଲା କୋଭିଡ ସହ ଲଢ଼େଇ କରୁଥିଲେ। ଆମ ମଧ୍ୟରୁ ଅଧିକାଂଶ ଲୋକଙ୍କ ମୁଣ୍ଡରେ ଥିବା ସ୍ମରଣ ଶକ୍ତି ସାମାନ୍ୟ ହ୍ରାସ ପାଇ ଯାଇଛି।

କିନ୍ତୁ ମୁଁ ଆପଣମାନଙ୍କୁ ନିଶ୍ଚିତ କରିବାକୁ ଚାହେଁ ଯେ ବିଶ୍ୱ ସମୂହ ଆତଙ୍କବାଦ କେଉଁଠି ଆରମ୍ଭ ହେଉଛି, ସେକଥା ଭୁଲି ନାହିଁ। କେଉଁ ସ୍ଥାନରେ ସବୁ କିଛିର ଯୋଜନା ହେଉଛି, ସେକଥା ମଧ୍ୟ କେହି ଭୁଲି ନାହାନ୍ତି। ତେଣୁ ମୁଁ ଏତିକି କହିବାକୁ ଚାହୁଁଛି ଯେ ଆକାଶରୁ କଥା ତୋଳି କିଛି କହିବା ଓ କଳ୍ପନା କରିବା ପୂର୍ବରୁ ସେମାନେ ପ୍ରଥମେ ନିଜ କଥା ବିଚାର କରନ୍ତୁ। ସେମାନଙ୍କ ସ୍ଥିତି କ’ଣ ସେମାନେ ନିଜେ ସମୀକ୍ଷା କରନ୍ତୁ।”

ନିକଟରେ ପାକିସ୍ତାନର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ହୀନା ରବ୍ବାନି ଖାର ଅଭିଯୋଗ କରିଥିଲେ ଯେ “ଭାରତ ଠାରୁ ଆତଙ୍କବାଦର ବ୍ୟବହାର ଆଉ କୌଣସି ଦେଶ ଭଲ ଭାବେ ବ୍ୟବହାର କରିବା ଜାଣିନାହାନ୍ତି।” ଏ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେବା ବେଳେ ଜୟଶଙ୍କର କ୍ଲିଣ୍ଟନଙ୍କ ସାପ ମନ୍ତବ୍ୟ କଥା ଉଠାଇଛନ୍ତି।

Leave A Reply

Your email address will not be published.