ପ୍ରତିବର୍ଷ ମାଗଣାରେ ଏଲପିଜି ସିଲିଣ୍ଡର ଦେବ ଜେଡିଏସ

0

ନୂଆଦିଲ୍ଲୀ : କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍‌ ଭେଟରାନ ଏଚ୍‌ଡି ଦେବଗୌଡ଼ା ଭୋଟରଙ୍କୁ ବଡ଼ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଆଜି ଜେଡିଏସ୍‌ ପକ୍ଷରୁ ୧୨ ସୂତ୍ରୀ ପ୍ରତିଶ୍ରୁତି ପତ୍ର ବା ନିର୍ବାଚନୀ ହିସ୍ତାହାର ଜାରି କରାଯାଇଛି। ମହିଳା ସଶକ୍ତୀକରଣ ଓ କୃଷକଙ୍କ ବିକାଶ ଉପରେ ଦଳ ଅଧିକ ଫୋକସ କରିଛି। ଜେଡିଏସ ନିର୍ବାଚନ ଜିତିଲେ ପ୍ରତିବର୍ଷ ପରିବାର ପିଛା ୫ଟି ଏଲପିଜି ସିଲିଣ୍ଡର ମାଗଣାରେ ଯୋଗାଇ ଦେବ ବୋଲି କହିଛି।

ଦଳ ତା’ର ହିସ୍ତାହାରରେ ପ୍ରତିଶ୍ରୁତି ଦେଇଛି ଯେ କ୍ଷମତାକୁ ଆସିବା ପରେ ସ୍ତ୍ରୀ ଶକ୍ତି ଗ୍ରୁପ ପକ୍ଷରୁ ନିଆଯାଇଥିବା ସମସ୍ତ ଋଣକୁ ଛାଡ଼ କରାଯିବ। ଏହାବାଦ ବର୍ଷକୁ ମାଗଣାରେ ୫ଟି ଏଲପିଜି ସିଲିଣ୍ଡର, ୬ ମାସ ଯାଏ ଗର୍ଭବତୀଙ୍କୁ ୬ ହଜାର ଟଙ୍କା ଲେଖାଏ ଭତ୍ତା, ବିଧବା ଭତ୍ତାକୁ ୯୦୦ରୁ ୨୫ ଶହକୁ ବୃଦ୍ଧି ଓ ୧୫ ବର୍ଷ ଚାକିରି ଶେଷ କରିଥିବା ସମସ୍ତ ଲୋକଙ୍କୁ ପେନସନ ଦିଆଯିବ ବୋଲି ଦଳ କହିଛି।

ଜେଡିଏସ ତା’ର ଇସ୍ତାହାରରେ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ରିହାତି କଥା କହିଛି। ଚାଷୀଙ୍କୁ ଏକର ପିଛା ୧୦ ହଜାର ଟଙ୍କାର ସବସିଡି ମିଳିବ। କୃଷି ଶ୍ରମିକଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏ ଭତ୍ତା, ଚାଷ କାମ ରୁଥିବା ଯୁବକଙ୍କୁ ବିବାହ କରୁଥିବା ଝିଅମାନଙ୍କୁ ୨ ଲକ୍ଷ ଟଙ୍କାର ସବସିଡି ମଧ୍ୟ ମିଳିବ। ବିଭିନ୍ନ ସିଭିଲ ସର୍ଭିସ ଓ ପ୍ରତିରକ୍ଷା ବିଭାଗରେ ନିଯୁକ୍ତି ପାଇଁ ଅନୁଷ୍ଠିତ ହେଉଥିବା ପରୀକ୍ଷା କନ୍ନଡ ଭାଷାରେ କରିବା ପାଇଁ ଜେଡିଏସ୍‌ କ୍ଷମତାକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବ।

କାନ୍ନାଡିଗାସଙ୍କ ପାଇଁ ଘରୋଇ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରାଯିବ। ସରକାରୀ କଲେଜରେ ପାଠପଢ଼ୁଥିବା ୬୦ ହଜାର ଛାତ୍ରୀଙ୍କୁ ଜେଡିଏସ ସରକାର ଗଠନ କଲେ ମାଗଣାରେ ୬.୮ ଲକ୍ଷ ସାଇକେଲ ଓ ଇଲେକ୍ଟ୍ରିକ ଗାଡ଼ି ଦେବ। ପ୍ରତିଜିଲ୍ଲାରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ତିଆରି କରାଯିବ ବୋଲି ଜେଡିଏସ୍‌ ତା’ର ନିର୍ବାଚନୀ ହିସ୍ତାହାରରେ ଉଲ୍ଲେଖ କରିଛି।

Leave A Reply

Your email address will not be published.