ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରାରେ ‘ଜୀ ସାର୍ଥକ’ ଦର୍ଶକଙ୍କୁ ଯୋଗାଇବ ଭରପୁର ମନୋରଞ୍ଜନ

0

ଭୁବନେଶ୍ବର (ଆମ ଟିଭି): ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ତଥା ଗୌରବମୟ ଇତିହାସର ପ୍ରତୀକ ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରାରେ ନଭେମ୍ବର ୮ ତାରିଖରୁ ଷ୍ଟଲ ନମ୍ବର PP 1 ରେ ‘ଜୀ ସାର୍ଥକ’ର ପକ୍ଷରୁ ଏକ ଷ୍ଟଲ ଖୋଲାଯାଇଛି । ଜୀ ସାର୍ଥକରେ ପ୍ରସାରିତ ରିଆଲିଟି ସୋ “ସାରେଗାମାପା”ର କଣ୍ଠଶିଳ୍ପୀମାନେ ଏହି ଠାରେ ଆୟାଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଇବେ ଏବଂ ଲୋକପ୍ରିୟ ସୋ “ଦିଦି ନମସ୍କାର” ଫର୍ମାଟରେ ବାଲିଯାତ୍ରାରେ ଦର୍ଶକଙ୍କ ସହ କୌତୁହଳ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ବି ରଖାଯିବ । ଏହି ସବୁ କାର୍ଯ୍ୟକ୍ରମରେ ମନୋରଞ୍ଜନ ସହ ଦର୍ଶକ ଆକର୍ଷଣୀୟ ପୁରସ୍କାର ଜିତିପାରିବେ ବୋଲି ‘ଜୀ ସାର୍ଥକ’ ଟିମ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଷ୍ଟଲରେ ‘ଜୀ ସାର୍ଥକ’ରେ ପ୍ରସାରିତ କାର୍ଯ୍ୟକ୍ରମର କଳାକାରମାନେ ଉପସ୍ଥିତ ରହିବା ସହ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବେ। ଦର୍ଶକ ନିଜ ପ୍ରିୟ କଳାକାରମାନଙ୍କୁ ପାଖରେ ଦେଖିପାରିବା ସହ ସେମାନଙ୍କ ସହ କଥା ମଧ୍ୟ ହୋଇପାରିବେ ଏବଂ ଦର୍ଶକ ଢ଼େର ସାରା ମଜା ମସ୍ତି କରିପାରିବେ । କରୋନାର ପ୍ରଭାବରେ ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ବାଲିଯାତ୍ରା ଏଥର ବଡ ଆକାରରେ ହେଉଥିବା ବେଳେ ‘ଜୀ ସାର୍ଥକ’ର ଏହି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଲୋକଙ୍କୁ ଆହୁରି ଅଧିକ ଆକୃଷ୍ଟ କରିବ ।

Leave A Reply

Your email address will not be published.